ସୋଲାର ଚାର୍ଜିଂ ସହିତ ଭାରତରେ ପ୍ରଥମ ଥର ପାଇଁ ଗାର୍ମିନ ଲଞ୍ଚ କଲା ଜିପିଏସ୍ 955 ଗାର୍ମିନ୍ ସ୍ମାର୍ଟୱାଚ୍

ବିଦ୍ୟୁତ୍ ବଞ୍ଚାଇବା ପାଇଁ ଅନେକ ଲୋକ ଚେଷ୍ଟା କରନ୍ତି। ଯାହାପାଇଁ ସୋଲାର ପ୍ଲେଟ୍ ଲଗାଯାଇଥାଏ। ଆପଣ ଜାଣିଥିବେ ପୂର୍ବରୁ ବ୍ୟାଟେରୀ ଚାଳିତ ସ୍ମାର୍ଟୱାଚ ବ୍ୟବହାର ହେଉଥିଲା। କିନ୍ତୁ ବର୍ତ୍ତମାନ ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ କରାଯାଇଛି ଫୋରରନର୍ ୯୯୫ ରେଞ୍ଜର ନୂତନ ଟ୍ରାଇଥଲନ୍ ସ୍ମାର୍ଟୱାଚ୍। ରନର୍ସ ଏବଂ ଆଥଲେଟ୍ମାନଙ୍କ ପାଇଁ ଡିଜାଇନ୍ ହୋଇଥିବା ବହୁ ଭଲ ଫିଚର୍ ରହିଛି ଏଥିରେ। ଭାରତରେ ଏହା ପ୍ରଥମ ସୌର ଚାର୍ଜିଂ ସହିତ ଗାର୍ମିନ୍ ସ୍ମାର୍ଟୱାଚ୍।

ଫୋରରନର୍ 255 S ମ୍ୟୁଜିକ୍ ଏଡିସନ୍ ମଧ୍ୟ ଏଥିରେ ରହିଛି। ସ୍ମାର୍ଟ ୱାଚ୍ ମୋଡରେ ୧୪ ଦିନ ପର୍ଯ୍ୟନ୍ତ ଏବଂ ଜିପିଏସ୍ ମୋଡ୍ ରେ ୩୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ରହିବ ଏଥିରେ। ସ୍ମାର୍ଟୱାଚ୍ ଚଳାଉଥିବା ସମସ୍ତ ଜିପିଏସ୍ ଗାର୍ମିନ୍ ବଡି ସୋଲାର ଦ୍ଵାରା ଚାଲିବ। ଜିପିଏସରେ ଚାଲୁଥିବା ଏହି ସ୍ମାର୍ଟ ୱାଚ୍ ସାରା ବିଶ୍ୱରେ ଭଲ ଭାବେ ଚାଲିବ। ଭାରତର ଆଥଲେଟ୍ମାନଙ୍କ ପାଇଁ ଏହା ଖାସ ଭାବେ ଡିଜାଇନ୍ କରାଯାଇଛି। ଜିପିଏସ୍ ମୋଡ୍ ରେ ଏହି ଘଣ୍ଟା, ୪୯ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହାର ବେଷ୍ଟ ଟଚ୍ ସ୍କ୍ରିନ୍ ଇଣ୍ଟରଫେସ୍ ମଧ୍ୟ ରହିଛି।

solar watch
picture credit – garmin

ଏହା ମଲ୍ଟି-ବ୍ୟାଣ୍ଡ ଜିପିଏସ୍ ସହିତ ମଧ୍ୟ ଆସିଥାଏ, ଡିଭାଇସ୍ ସହିତ ମଲ୍ଟି-ବ୍ୟାଣ୍ଡ ଏବଂ ମଲ୍ଟି-ସାଟେଲାଇଟ୍-ସିଷ୍ଟମ୍ ଟ୍ରାକିଂ ସହିତ ଚାଳକମାନଙ୍କୁ ସବୁଠାରୁ ଚ୍ୟାଲେଞ୍ଜିଂ ପରିବେଶରେ ରହିବାକୁ ସାହାଯ୍ୟ କରିଥାଏ। ଶୋଇବା ସମୟରେ HRV କଣ୍ଡିସନ ଟ୍ରାକ୍ ସହିତ ହାର୍ଟ ରେଟ୍ ମଧ୍ୟ ଏହା ଜଣାଇବ। ସ୍ମାର୍ଟୱାଚ୍ ରେ ଏକ ରେସ୍ ୱିଜେଟ୍ ମଧ୍ୟ ଅଛି ଯାହା ରେସ୍ ଦିନ ନିର୍ଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ପୂର୍ବାନୁମାନ, ପାଣିପାଗ ଏବଂ ଏକ କାଉଣ୍ଟଡାଉନ୍ ଘଣ୍ଟା ସହିତ ରେସ୍ ପ୍ରିପେଡ୍ ସୂଚନା ପ୍ରଦର୍ଶନ କରେ।

ରିଅଲ୍-ଟାଇମ୍ ଷ୍ଟାମିନା ଇନ୍ସାଇଟ୍ସ ରନ୍ ସମୟରେ ରିଅଲ୍-ଟାଇମରେ ବ୍ୟାୟାମର ସ୍ତର ମଧ୍ୟ ଏହା ଟ୍ରାକ୍ କରେ। ଗାର୍ମିନ୍ ଫୋରରନର୍ 255 ଟିଡାଲ୍ ବ୍ଲୁ ଏବଂ ସ୍ଲେଟ୍ ଗ୍ରେରେ ଉପଲବ୍ଧ ଏବଂ ଏହାର ମୂଲ୍ୟ ୩୭ ହଜାର ୪୯୦ ଟଙ୍କା ଥିବାବେଳେ ଫୋରରନର୍ 255 S ବେସିକ୍ ମୂଲ୍ୟ ମଧ୍ୟ ସେମ୍ ରହିଛି।

ଫୋରରନର୍ 255 ମ୍ୟୁଜିକ୍ ଏଡିସନ୍ କଳା ରଙ୍ଗର ବିକଳ୍ପରେ ଆସିଥାଏ ଏବଂ ଏହାର ମୂଲ୍ୟ ୪୨,୯୯୦ ଟଙ୍କା ରହିଛି। ସମସ୍ତ ସ୍ମାର୍ଟ ୱାଚ୍ ଗାର୍ମିନ୍ ବ୍ରାଣ୍ଡ ଷ୍ଟୋର୍, ହେଲିଓସ୍, କ୍ରୋମା, ଫ୍ଲିପକାର୍ଟ, ଆମାଜନ ଏବଂ ଟାଟା CLiQ ରେ ଉପଲବ୍ଧ ହେବ। ତେବେ ଏହା ହେଉଛି ଭାରତର ପ୍ରଥମ ସୋଲାର ୱାଚ। ଏହା ଉଭୟ ବ୍ୟାଟେରୀ ଓ ସୋଲାର ପାୱାରରେ ଚାଲିବ। ଏହାର ବେଷ୍ଟ ଫିଚର ମଧ୍ୟ ରହିଛି, ସେଥିପାଇଁ ଆପଣ ଏହି ଘଣ୍ଟା କିଣି ପାରିବେ।

Leave A Reply

Your email address will not be published.