ନୂଆବର୍ଷରୁ ଅର୍ଥାତ ଜାନୁଆରୀ ୧ ତାରିଖରୁ ରୋଷେଇ ଗ୍ୟାସ ଦର ବଢିଯାଇଛି । ଦେଶର ପ୍ରମୁଖ ମହାନଗରୀ ଗୁଡିକରେ ରନ୍ଧନ ଗ୍ୟାସ ଦର ପାଖାପାଖି ୧୯ ଟଙ୍କା ପର୍ଯ୍ୟନ୍ତ ବଢିଥିବା ଜଣାଯାଇଛି । ଆଜିଠାରୁ ଦିଲ୍ଲୀରେ ୧୪.୨ ଓଜନର ଗ୍ୟାସ ପାଇଁ ଖାଉଟି ମାନଙ୍କୁ ସିଲିଣ୍ଡର ପିଛା ୭୧୪ ଟଙ୍କା ଦେବାକୁ ପଡିବ । ଯେବେକି କଲିକତାରେ ଏହାର ଦର ୭୪୭ ଟଙ୍କା ରହିବ । ମୁମ୍ବାଇ ଓ ଚେନ୍ନାଇରେ ବିନା ସବ୍ସିଡି ଵାଲା ସିଲିଣ୍ଡରର ଦର ଯଥାକ୍ରମେ ୬୮୪.୫୦ ଓ ୭୩୪.୦୦ ଟଙ୍କା ହିଁ ରହିବ । ଏହା ସହ ୧୯ କିଲୋ ସିଲିଣ୍ଡରର ଦର ଦିଲ୍ଲୀରେ ୧୨୪୧ ପର୍ଯ୍ୟନ୍ତ ବଢିଯାଇଛି ।
କୋଲକାତା, ମୁମ୍ବାଇ, ଚେନ୍ନାଇରେ ଏହାର ଦର ଯଥାକ୍ରମେ ୧୩୦୮ ଟଙ୍କା, ୧୧୯୦ ଟଙ୍କା,୧୩୬୩ ଟଙ୍କା ରହିଛି । ପୁର୍ବମାସ ଦିଲ୍ଲୀରେ ୧୨୪.୨ କିଲୋ ଓଜନର ବିନା ସବସିଡି ସିଲିଣ୍ଡର ପିଛା ଗ୍ରାହକ ମାନଙ୍କୁ ୬୯୫ ଟଙ୍କା ଦେବାକୁ ପଡୁଥିବା ବେଳେ କଲିକତାରେ ଏହାର ଦର ୭୨୫.୫୦ ଟଙ୍କା ଥିଲା । ମୁମ୍ବାଇ ଓ ଚେନ୍ନାଇରେ ବିନା ସବସିଡି ଯୁକ୍ତ ଗ୍ୟାସ ଦର ୬୬୫ ଟଙ୍କା ଓ ୭୧୪ ଟଙ୍କା ଥିଲା ।