୫ ଟଙ୍କିଆ କ୍ୟାଡବରୀ ଚକଲେଟ୍ ଖାଆନ୍ତୁ, ମାଗଣା ଜିଓ ଡାଟା ପାଆନ୍ତୁ

ପୁଣି ନୂଆ ଅଫର୍ ଆଣିଛି ଜିଓ । ୫ ଟଙ୍କିଆ କ୍ୟାଡବରୀ ଖାଆନ୍ତୁ ଆଉ ୧ଜିବିର ୪ଜି ଡାଟା ପାଆନ୍ତୁ । ନିଜ ଦ୍ବିତୀୟ ବାର୍ଷିକ ଉତ୍ସବରେ ଗ୍ରାହକଙ୍କ ପାଇଁ ଏଭଳି ଦମଦାର ଅଫର୍ ଆଣିଛି ଜିଓ । ମାଗଣା ଡାଟା ପାଇବା ପାଇଁ ଗ୍ରାହକଙ୍କ ନିକଟରେ ଅତିକମରେ ୫ଟଙ୍କିଆ ରେଗୁଲାର୍ କ୍ୟାଡବରୀ ଡାଏରୀ ମିଲ୍କ ଚକଲେଟ୍, ଡାଏରୀ ମିଲ୍କ କ୍ରେକର, ଡାଏରୀ ମିଲ୍କ ରୋଷ୍ଟ ଆଲମଣ୍ଡ, ଡାଏରୀ ମିଲ୍କ ଫ୍ରୁଟ୍ସ ଆଣ୍ଡ ନଟ୍ କିମ୍ବା ଡାଏରୀ ମିଳ୍କ ଲିକେବଲ୍ସର ଖୋଳ ଥିବା ଜରୁରୀ ।

ଗ୍ରାହକଙ୍କୁ ମାଗଣା ଡାଟା ବ୍ୟତୀତ କମ୍ପାନୀ ଅନ୍ୟ ଜିଓ ସବସ୍କ୍ରାଇବରଙ୍କୁ ମାଗଣା ଡାଟା ଟ୍ରାନ୍ସଫର କରିବାର ମଧ୍ୟ ଅଫର ଦେଉଛି । ଏହି ଅଫରର ବୈଧତା ୩୦ ସେପ୍ଟେମ୍ବର ପର‌୍ୟ୍ୟନ୍ତ ରହିଛି । ତେବେ ଏହି ସହିତ ମାଗଣା ଡାଟା ପାଇବା ପାଇଁ ଆପଣଙ୍କ ସ୍ମାର୍ଟଫୋନରେ ମାଇ ଜିଓ ଆପ୍ ହେବା ଜରୁରୀ ।

ଏହା ସହ ପଢନ୍ତୁ : ଭିଭୋର ଦମଦାର ସ୍ମାର୍ଟଫୋନ ଭାରତରେ ହେଲା ଲଞ୍ଚ  

ଆପଣଙ୍କୁ ମାଇ ଜିଓ ଆପ୍ ର ହୋମ ସ୍କ୍ରିନରେ ଏକ ବ୍ୟାନର ଦେଖାଦେବ ଯେଉଁଠାରେ ମାଗଣା ଡାଟା ଅଫର୍ ଦିଆଯାଇଛି । ଏହି ବ୍ୟାନର ଉପରେ କ୍ଲିକ୍ କଲେ ଆପଣଙ୍କୁ ପାର୍ଟିସିପେଟ୍ ନାଓ ବିକଳ୍ପ ଦେଖାଦେବ।ଏହାକୁ କ୍ଲିକ୍ କରିବାକୁ ପଡିବ । ଏହାପରେ ଆପଣଙ୍କୁ ମାଗଣା ଡାଟା ପାଇବା ପାଇଁ ଡାଏରୀ ମିଲ୍କ ଚକଲେଟ୍ ର ଖୋଳରେ ଥିବା ବାରକୋଡ୍ ସ୍କାନ କରିବାକୁ ହେବ ।

୧ ଜିବି ଫ୍ରି ଡାଟା ପାଇବା ପାଇଁ ୫, ୧୦, ୨୦, ୪୦ ଓ ୧୦୦ ଟଙ୍କିଆ କ୍ୟାଡବରୀ ଡାଏରୀ ମିଲ୍କର ଖୋଳ ବ୍ୟବହାର କରିବାକୁ ପଡିବ । ଯଦି କ୍ୟାଡବରୀ ଚକଲେଟ୍ ଆପଣଙ୍କ ପସନ୍ଦ ନୁହେଁ ତେବେ ୪୦ ଟଙ୍କିଆ ଡାଏରୀ ମିଲ୍କ କ୍ରେକଲ୍, ୪୦ ଟଙ୍କିଆ ଡାଏରୀ ମିଲ୍କ ରୋଷ୍ଟ, ୪୦ କିମ୍ବା ୮୦ ଟଙ୍କିଆ ଡାଏରୀ ମିଲ୍କ ଫ୍ରୁଟ୍ ଆଣ୍ଡ ନଟ୍ ବ୍ୟବହାର କରିପାରିବେ ।

ଏହା ପଢନ୍ତୁ : ବିନା ଇଣ୍ଟରନେଟରେ ଯେ କୌଣସି ବି ଫୋନରୁ କରନ୍ତୁ ଟଙ୍କା ଟ୍ରାନ୍ସଫର୍ : ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ସୂଚନାଯୋଗ୍ୟ ଏହି ମାଗଣା ଡାଟା ଆପଣଙ୍କ ପ୍ଲାନରେ ଦିଆଯାଇଥିବା ଡାଟାର ଅତିରିକ୍ତ ହେବ । ଏହି ଫ୍ରି ଡାଟା ଆପଣଙ୍କ ଆକାଉଣ୍ଟକୁ ୭ରୁ ୮ ଦିନ ଭିତରେ କ୍ରେଡିଟ୍ କରି ଦିଆଯିବ । ଗୋଟିଏ ଆକାଉଣ୍ଟ କେବଳ ଗୋଟିଏ ଖୋଳର ବ୍ୟବହାର ପାଇଁ ଭାଲିଡ୍ । ଏହି ଡାଟା ଆପଣ ବ୍ୟବହାର କରିପାରିବେ ନଚେତ୍ ଅନ୍ୟ କାହାକୁ ଟ୍ରାନ୍ସଫର୍ କରିପାରିବେ ।

Leave A Reply

Your email address will not be published.