ଟେଲିକମ୍ ସେକ୍ଟରରେ ପୁଣି ନୂଆ ବିପ୍ଳବ !! ଖୁବ୍ ଶୀଘ୍ର ଜିଓ ଲଞ୍ଚ କରିବ ୫ଜି

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଦେଶରେ ଟେଲିକମ୍ ବ୍ୟବସ୍ଥା ପାଇଁ ଲୋକପ୍ରିୟତା ହାସିଲ କରିବାରେ ଲାଗିଛି। ଖାଲି ସେତିକି ନୁହଁ ଜିଓ ତାର ଶସ୍ତା, ସୁନ୍ଦର ଏବଂ ମଜବୁତ ସେବା ପାଇଁ ଅନ୍ୟ ଟେଲିକମ୍ କମ୍ପାନୀ ମାନଙ୍କ ପାଇଁ ପ୍ରତିଯୋଗିତା ମଧ୍ୟ ସୃଷ୍ଟି କରିଛି।ଦେଶବାସୀଙ୍କୁ ୪ଜି ଏଲଟିଇ ସେବା ଉପହାର ସଦୃଶ ଦେବା ପରେ ବର୍ତ୍ତମାନ ୫ଜି ସେବା ଲଞ୍ଚ୍ କରିବା ପ୍ରସ୍ତୁତିରେ ରହିଛି।

ଜିଓ କମ୍ପାନୀର କର୍ମଚାରୀ ଅକ୍ଷୟ ମାଥ୍ୟୁଙ୍କ ସୂଚନାକ୍ରମେ , ୫ଜି ବିଭିନ୍ନ ସୁବିଧା ସମ୍ପନ୍ନ ରହିବା ସହ ଉଦ୍ୟୋଗ , ବେପାରବାଣିଜ୍ୟ ଏବଂ ସାଧାରଣ ବ୍ୟକ୍ତିଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିବ। ଏହା ଅଧିକ ସ୍ପିଡ଼୍ ହେବା ସହ ଇଣ୍ଟରନେଟ ଜଗତରେ ଚହଳ ସୃଷ୍ଟି କରିବ । ସରକାର ୨୦୨୦ ମଧ୍ୟରେ ୫ଜି ଇଣ୍ଟରନେଟ ସେବାକୁ ଆରମ୍ଭ କରିବା ପ୍ରସ୍ତୁତିରେ ରହିଥିବା ବେଳେ ୨୨ ସଂସଦୀୟ ସମୀତି ଏହାକୁ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.