ଗାଡି କିଣିବାକୁ ଭାବୁଥିଲେ ଏବେ ହିଁ କିଣନ୍ତୁ Hyundai କାର, ଏକ ବର୍ଷ ଭିତରେ ଚାକିରି ଚାଲିଗଲେ ମିଳିବ ଏହି ଖାସ ଫାଇଦା !

ଯଦି ଆପଣ କରୋନା ସଙ୍କଟ ଭିତରେ ସାମାଜିକ ଦୂରତା ରକ୍ଷା କରିବାକୁ କାର କିଣିବାକୁ ଭାବୁଛନ୍ତି, ତେବେ ହ୍ୟୁଣ୍ଡାଇର ଏହି ଖାସ ଅଫରର ଫାଇଦା ନିଶ୍ଚୟ ଉଠାନ୍ତୁ। ହ୍ୟୁଣ୍ଡାଇ ଗ୍ରାହକଙ୍କ ସମସ୍ୟାକୁ ଲକ୍ଷ କରି ଏହି ଅଫରର ସୁବିଧା ଦେଇଛି।

ଭାରତରେ ମାରୁତି କାର ପରେ ସବୁଠାରୁ ଅଧିକ କାର ହ୍ୟୁଣ୍ଡାଇ ବିକ୍ରି କରୁଛି। କମ୍ପାନୀ ଲୋକଙ୍କ ପାଇଁ ଏବେ ଏକ ଖାସ ଅଫରର ସୁବିଧା ଦେଇଛି ଯାହାର ନାମ ‘Hyundai EMI Assurance’ ରଖାଯାଇଛି। ଏହି ସ୍କିମ ଅନୁଯାୟୀ ହ୍ୟୁଣ୍ଡାଇର କିଛି ମଡେଲର କାର କିଣିଥିବା ଗ୍ରାହକଙ୍କୁ ଏକ ବର୍ଷର EMI ଇନସୁରାନ୍ସ ଦିଆଯିବ।

gadiକମ୍ପାନୀର ଏହି ଖାସ ସ୍କିମ ଅନୁଯାୟୀ ଯଦି କରୋନା ସଙ୍କଟରେ କିମ୍ବା ଅନ୍ୟ କୌଣସି କାରଣରୁ ଏକ ବର୍ଷ ଭିତରେ ଯଦି କାର ଗ୍ରାହକଙ୍କ ଚାକିରି ଚାଲିଯାଏ, ତେବେ ତିନି ମାସର EMI କାର କମ୍ପାନୀ ଭରିବ। ଅର୍ଥାତ ଗ୍ରାହକଙ୍କୁ ତିନି ମାସ ପର୍ଯ୍ୟନ୍ତ EMI ଭରିବାର ଆବଶ୍ୟକତା ପଡିବନାହିଁ।

ସେହିପରି ଏହି ସ୍କିମ ଅନୁଯାୟୀ ଦୁଇଟି ସର୍ତ୍ତ ରହିଛି , ପ୍ରଥମଟି ହେଉଛି କାରକୁ ଚଳିତ ମାସ ୪ ମେ ରୁ ୩୧ ମେ ଭିତରେ କିଣିବା ଦରକାର। ଅନ୍ୟ ସର୍ତ୍ତଟି ହେଉଛି କାର କିଣିବା ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ ଏହି ଇନସୁରାନ୍ସର ଲାଭ ମିଳିବ, କିନ୍ତୁ ପ୍ରଥମ ତିନି ମାସରେ ଯଦି ଚାକିରୀ ଚାଲିଯାଏ ତେବେ ଏହା ଲାଗୁ ହେବନାହିଁ।

You might also like