ବଜେଟରେ ଅନଲିମିଟେଡ଼ କଲିଙ୍ଗର ମଜା ନିଅନ୍ତୁ, ବୈଧତା ୮୪ ଦିନ

ନିଜ ନମ୍ବରକୁ ଚାଲୁ ରଖିବା ପାଇଁ ଆଉ ଇନକମିଙ୍ଗ କଲ ଫ୍ୟାସିଲିଟି ପାଇବା ପାଇଁ ରିଚାର୍ଜ କରିବାକୁ ପଡିଥାଏ । ଯେଉଁ ମାନେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ତ ଠିକ ଅଛି କିନ୍ତୁ ଯେଉଁମାନେ ଡାଟା ୟୁଜ ନ କରି ଫିଚର ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କୁ ଅଯଥା ଖର୍ଚ୍ଚାନ୍ତର ସାମ୍ନା କରିବାକୁ ପଡୁଛି । ଗ୍ରାହକଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ଆମେ ଆଜି ଆପଣଙ୍କୁ ଏମିତି କିଛି ପ୍ଲାନ ବିଷୟରେ କହୁଛୁ ଯେଉଁ ଗୁଡିକ କମ ଦାମରେ ମିଳିବା ସହ ଏହାର ବୈଧତା ମଧ୍ୟ ଅଧିକ ପର୍ଯ୍ୟନ୍ତ ରହିବ ।

ରିଲାଏନ୍ସ ଜିଓ:

ଯଦି ଆପଣ ବି ଏମିତି କିଛି ପ୍ଲାନ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଜିଓର ୧୨୯୯ ଟଙ୍କିଆ ପ୍ଲାନ ଉପଯୁକ୍ତ । ଯାହାର ବୈଧତା ୩୩୬
ଦିନ ପର୍ଯ୍ୟନ୍ତ ରହିବ | ଆଉ ସବୁଠୁ ବଡ କଥା ହେଉଛି ସମସ୍ତ ନେଟୱାର୍କକୁ କଳିଙ୍ଗ ସୁବିଧା ମିଳିପାରିବ । ଯଦି ଆପଣ ଡାଟା ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୨୪ ଜିବି ଡାଟା ମିଳିପାରିବ ।

best plans  ଜିଓର ୩୨୯ ଟଙ୍କିଆ ପ୍ଲାନ:

କମ୍ପାନୀର ଏହି ପ୍ଲାନର ମୂଲ୍ୟ ୩୨୯ ଟଙ୍କା ହୋଇଥିବା ବେଳେ ଏଥିରେ ୮୪ ଦିନ ପର୍ଯ୍ୟନ୍ତର ବୈଧତା ରହିଛି । ଏଥିରେ ୬ ଜିବି ଡାଟା ସମେତ ଅନ୍ୟ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ ସୁବିଧା ମିଳିଥାଏ ।

ଏୟାରଟେଲର ଲମ୍ବା ଅବଧି ଵାଲା ପ୍ଲାନ:

ଯଦି ଆପଣ ଜଣେ ଏୟାରଟେଲ ଉପଭୋକ୍ତା ହୋଇଥିବେ ଆଉ ଏକ ଲମ୍ବା ଅବଧି ବିଶିଷ୍ଟ ପ୍ଲାନ ବ୍ୟବହାର କରିବାକୁ ଚାହୁଁଥିବେ | ତେବେ ଆପଣଙ୍କ ପାଇଁ ୩୭୯ ଟଙ୍କିଆ ପ୍ଲାନ ସବୁଠୁ ଅଧିକ ଉପଯୁକ୍ତ ହେବ । ଏହାର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବା ସହ ୬ ଜିବିର ଏକ୍ସଟ୍ରା ଡାଟା ସୁବିଧା ମିଳିବ ।

best plans

ଅନ୍ୟ ପକ୍ଷରେ କମ୍ପାନୀର ୧୪୯୮ ଟଙ୍କିଆ ପ୍ଲାନର ବୈଧତା ୩୬୫ ଦିନ ପର୍ଯ୍ୟନ୍ତ ରହିବ । ଏଥିରେ ଆପଣଙ୍କୁ ୨୪ ଜିବି ପର୍ଯ୍ୟନ୍ତର ଡାଟା ମିଳିବା ସହିତ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲ କରାଯାଇପାରିବ । ଯେବେକି ୩୦ ଦିନ ପର୍ଯ୍ୟନ୍ତ ଫ୍ରି ଆମାଜନ ପ୍ରାଇମ ଭିଡିଓ ସେବା ମିଳିପାରିବ । ଅଳ୍ପ ଟଙ୍କାରେ ଅଧିକ ଫାଇଦା ପାଇବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହି ସୁବିଧା ବେଶ ଉପଯୁକ୍ତ ।

ଭୋଡ଼ାଫୋନ ଆଇଡିୟା ପ୍ଲାନ:

ଭୋଡ଼ାଫୋନ ନିକଟରେ ଥିବା ୩୭୯ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବ । ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ସୁବିଧା ମିଳିବା ସହିତ ୬ ଜିବି ସମେତ ୧୦୦୦ ଏସଏମଏସ ସୁବିଧା ବି ମିଳିବ ।

Leave A Reply

Your email address will not be published.