ଆପଣଙ୍କ କାର୍ ବି ହୋଇପାରିବ ଇଲେକ୍ଟ୍ରିକ୍ କାର, ରହିବନି ପେଟ୍ରୋଲ ଡିଜେଲ ଟେନସନ୍

ଆପଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଲେକଟ୍ରିକ ଗାଡ଼ି କମ୍ପାନୀ ପ୍ରତି ମାସରେ ନୂଆ ନୂଆ ମଡେଲ ଲଞ୍ଚ କରୁଛନ୍ତି। ଦେଶରେ ସବୁ ମାସରେ ଏବେ ଆପଣ ବଜାରରେ ନୂଆ ଇଲେକଟ୍ରିକ ହ୍ପିକିଲ ପାଇବେ। ଯାହାର ଦାମ ପକେଟ ଫ୍ରେଣ୍ଡଲି ହେବା ସହ ଏଥିପାଇଁ ଦୈନିକ ଯାତ୍ରା ଜନିତ ଖର୍ଚ୍ଚ ମଧ୍ୟ ଆପଣଙ୍କର କମିଯିବ। ଏହି ରେସ୍‌ ରେ ଦେଶରେ ଏବେ ଟାଟା ନେକ୍ସନ ଇଭି କମ୍ପାନୀ ସବୁଠୁ ଆଗରେ ରହିଛି।

ତେବେ ଏମିତି ଅନେକ ଇଲେକଟ୍ରିକ ଗାଡ଼ି ମଧ୍ୟ ରହିଛି ଯାହାର ଦାମ ଅଧିକ। ହୁଏତ ସାଧାରଣ ଲୋକଙ୍କ ପାଇଁ ଏହା ବହୁତ ମହଙ୍ଗା ହୋଇପାରେ। କିନ୍ତୁ ଏବେ ଆଉ ଚିନ୍ତା କରନ୍ତୁ ନାହିଁ। ଏବେ ଆପଣ ପେଟ୍ରୋଲ ଓ ଡିଜେଲ କାରକୁ ମଧ୍ୟ ଇଲେକଟ୍ରିକ ଗାଡ଼ିରେ କନର୍ଭଟ କରିପାରିବେ। ଏହା ଶୁଣିକି ପ୍ରଥମେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏହା ସତ। ଇଲେକଟ୍ରିକ ହ୍ପିକିଲ୍ସ ପାର୍ଟ ବନାଉଥିବା କମ୍ପାନୀ ଏହି କାମ କରିବ। କେବଳ ଏତିକି ନୁହେଁ ବରଂ କନର୍ଭଟ କରିବା ପରେ ଆପଣଙ୍କୁ ଗାଡ଼ିର ଓ୍ଵାରେଣ୍ଟି ବି ଦିଆଯିବ।

ଏମିତି କମ୍ପାନୀ ହାଇଦ୍ରାବାଦରେ ଅନେକ ରହିଛି। ଏମାନଙ୍କ ମଧ୍ୟରୁ etrio ଏବଂ northwayms ଦୁଇଟି ମୁଖ୍ୟ କମ୍ପାନି, ଯାହା ଯେକୌଣସି ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ଇଲେକଟ୍ରିକ ଗାଡ଼ିରେ କନଭର୍ଟ କରିଥାଏ । ଏଥିରେ ମୋଟର , କଣ୍ଟ୍ରୋଲର, ରୋଲର ଏବଂ ବ୍ୟାଟେରୀ ବ୍ୟବହାର କରାଯାଇଥାଏ। ତେବେ ଏହାର ଖର୍ଚ୍ଚ ମୁଖ୍ୟତଃ ଏଥିରେ ବ୍ୟବହୃତ ହୋଇଥିବା କିଲୋଓ୍ଵାଟ ବ୍ୟାଟେରୀ ଉପରେ ନିର୍ଭର କରିଥାଏ। ମାନେ ଯେତେ ଓ୍ଵାଟର ବ୍ୟାଟେରୀ ୟୁଜ କରିବେ ସେହି ଅନୁଯାୟୀ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ। ଏହି ବ୍ୟାଟେରୀ ଲିଥିୟମ ଆୟନରେ ତିଆରି ହୋଇଛି। ସର୍ବାଧିକ ମାଇଲେଜ ଏହାର ୧୫୦ କିଲୋମିଟର ରହିଛି। ଏଥିପାଇଁ ୫ ବର୍ଷ ପର୍ଯ୍ୟନ୍ତ ଓ୍ଵାରେଣ୍ଟି ସାର୍ଟିଫିକେଟ ଆପଣଙ୍କୁ ଦିଆଯିବ। ଯାହାକୁ ସରକାର ଏବଂ ଆରଟିଓ ମଞ୍ଜୁରି ଦେଇଥାନ୍ତି।

ତେବେ ଆପଣ ଏମିତି କରିବାକୁ ଚାହୁଁଥିଲେ କମ୍ପାନୀର ଅଫିସିଆଲ େଓ୍ଵବସାଇଟରେ ସମ୍ପର୍କ କରିପାରିବେ। ଏହାସହ ଇଲେକଟ୍ରିକ ଗାଡ଼ିକୁ କମ ଦାମରେ ପାଇପାରିବେ।