Go Airର ବମ୍ପର ଅଫର: ଟ୍ରେନଠାରୁ ଶସ୍ତା ହେଲା ବିମାନ ଯାତ୍ରା , ଆଜି ହିଁ କରନ୍ତୁ ବୁକିଙ୍ଗ

ଗୋ ଏୟାର ନିଜର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ଡିସକାଉଣ୍ଟ ଅଫର ଆଣିଛି । ଯେଉଁଥିରେ ଘରୋଇ ଫ୍ଳାଇଟର ଟିକେଟକୁ ମାତ୍ର ୧୧୯୯ ଟଙ୍କାରେ ବୁକ୍ କରିପାରିବେ । ସେହିସମୟରେ ଅନ୍ତରାଷ୍ଟ୍ରୀୟ ଫ୍ଳାଇଟ୍ ପାଇଁ ଟିକେଟର ଆରମ୍ଭ ପ୍ରାୟ ୪୯୯୯ ଟଙ୍କା ରହିଛି । ଗୋ ଏୟାରର ଅଫିସିଆଲ ୱେବସାଇଟରେ ଏହି ଡିସକାଉଣ୍ଟ ସମ୍ବନ୍ଧୀୟ ସବିଶେଷ ବିବରଣୀ ଦିଆଯାଇଛି । ଯଦି ଆପଣ ଏହି ଅଫରର ଫାଇଦା ଉଠାଇବା ପାଇଁ ଆଗ୍ରହୀ ତେବେ ଆଜି ହିଁ ବୁକ୍ କରିବାର ଶେଷ ଦିନ । ଏହା ୧୨ ମାର୍ଚ୍ଚରୁ ଆରମ୍ଭ ହୋଥିବାବେଳେ ଆଜି ଶେଷ ହେବ ।

ଗୋ ଏୟାର ଏହି ସେଲ ୧୨ ମାର୍ଚ୍ଚ ରୁ ୧୬ ଅକ୍ଟୋବର ୨୦୧୯ ଭିତରେ ଯାତ୍ରା କରିବାର ଅବଧି ରହିଛି । ଏହି ସେଲରେ ସବୁଠାରୁ ଶସ୍ତା ଟିକେଟ ବେଙ୍ଗାଲୁରୁ-ନାଗପୁର ରୁଟରେ ହିଁ ଅଛି ଯାହା ୧୧୯୯ ଟଙ୍କାରେ ଉପଲବ୍ଧ ରହିଛି, ଯାହାର ଯାତ୍ରା ୧ ଏପ୍ରେଲ୍ ରୁ ୧୪ ଏପ୍ରେଲ୍୨୦୧୯ ଭିତରେ କରିପାରିବେ । ବେଙ୍ଗାଲୁରୁ-ଗୋଆ ରୁଟ୍ ର ଯାତ୍ରା ମାତ୍ର ୨୧୯୯ ଟଙ୍କାରେ ମାର୍ଚ୍ଚ ୧୨ ରୁ ୩୧ ମାର୍ଚ୍ଚ ଭିତରେ କରି ପାରିବେ ।

ୱେବସାଇଟ୍ ଅନୁସାରେ ଅନ୍ତରାଷ୍ଟ୍ରୀୟ ରୁଟ୍ ରେ ବେଙ୍ଗାଲୁରୁ-ମାଲେ ଯାତ୍ରା ପାଇଁ ମାତ୍ର ୪୯୯୯ଟଙ୍କାରେ କରିପାରିବେ ଯାହାର ୧୨ ଅଗଷ୍ଟ ରୁ ୩୧ ଅଗଷ୍ଟ ମଧ୍ୟରେ ଅବଧି କରହିଛି । ମୁମ୍ବାଇ-ମାଲେ ରୁଟ୍ ର ଯାତ୍ରା ମାତ୍ର ୭୨୯୯ ଟଙ୍କାରେ କରିପାରିବେ ଯାହାର ଅବଧି ୮ଜୁଲାଇ ରୁ ୨ ଅଗଷ୍ଟ ପର‌୍ୟ୍ୟନ୍ତ ରହିଛି । ମୁମ୍ବାଇ-ଫୁକେଟ ରୁଟ୍ ର ଯାତ୍ରା ପାଇଁ ଟିକେଟର ଆରମ୍ଭ ମାତ୍ର ୯୬୬୬ରହିଛି,ଯାହାର ଅବଧି ୮ଜୁଲାଇ ଭିତରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.