ଖୁସି ଖବର! ସ୍ୱାଧୀନତା ଦିବସରେ ଖାସ୍‌ ଅଫର୍‌ ଆଣିଛି Go First ଏୟାରଲାଇନ୍‌; ମିଳିବ ମାଗଣା ସିଟ୍‌ ଓ ଖାଦ୍ୟ

ଯଦି ଆପଣ ଜୁଲାଇ ଶେଷ ସପ୍ତାହରୁ ଅଗଷ୍ଟ ଭିତରେ ବିମାନ ଯାତ୍ରା କରିବାକୁ ଯୋଜନା କରିଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଦେଶର ବଡ଼ ଏୟାରଲାଇନ କମ୍ପାନୀ ଗୋ ଫାର୍ଷ୍ଟ ନିଜ ଗ୍ରାହକମାନଙ୍କ ପାଇଁ ଏକ ଖାସ୍‌ ଅଫର ଆଣିଛି। ଯାତ୍ରୀମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ମାଗଣା ମିଲ୍‌ ଓ ସିଟ୍‌ର ଫାଇଦା ମିଳିବ। ଏହି ସୁବିଧା ଯାତ୍ରୀମାନଙ୍କୁ କିଛି ଲିମିଟେଡ୍‌ ଫ୍ଲାଇଟ୍‌ରେ ମିଳି ପାରିବ। ଏମିତିରେ ଯଦି ଆପଣ ଏହି ଅଫର୍‌ର ଲାଭ ଉଠାଇବାକୁ ଚାହୁଁଛନ୍ତି, ତା’ ହେଲେ ଜଲ୍‌ଦି ବିମାନ ବୁକ୍‌ କରାଇ ନିଅନ୍ତୁ।

Go First ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛି। ଟ୍ଵିଟ୍‌ରେ ଉଲ୍ଲେଖ କରାଯାଇଛି କି, ‘ଆପଣଙ୍କ ଇଚ୍ଛାକୁ ପୂରଣ କରାଯାଉଛି। ଆପଣ ବିମାନରେ ମାଗଣା ସିଟ୍‌ ସିଲେକ୍ସନ ଏବଂ ମାଗଣା ମିଲ୍‌ ସୁବିଧା ପ୍ରାପ୍ତ କରି ପାରିବେ। ଏହି ଅଗଷ୍ଟରେ ଆମେ ଆପଣଙ୍କୁ ଫ୍ଲାଇଟ୍‌ ଟ୍ରାଭେଲିଙ୍ଗ୍‌ର ଏକ ବଢ଼ିଆ ସୁଯୋଗ ଆଣି ଦେଉଛୁ। Go Firstର ଫ୍ରିଡମ୍‌ ଅଫର୍‌ ଆସିଛି, ମଉକା ହାତଛଡ଼ା କରନ୍ତୁ ନାହିଁ’।

କହି ରଖୁଛୁ, Go First ନିଜ ଟ୍ଵିଟ୍‌ରେ ଏହା ମଧ୍ୟ କହିଛି ଯେ ଅଫର୍‌ର ଲାଭ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ୩୦ ଅଗଷ୍ଟ, ୨୦୨୨ ପୂର୍ବରୁ ବୁକିଙ୍ଗ୍‌ କରାଇବାକୁ ହେବ। ଏଥି ସହିତ ଏହି ଅଫର୍‌ କେବଳ ଲିମିଟେଡ୍‌ ଫ୍ଲାଇଟ୍‌ ଉପରେ ହିଁ ମିଳିବ। ଆପଣ ମୁମ୍ବାଇ, ଅହମ୍ମଦାବାଦ ଏବଂ ପୁଣେ ଯାଉଥିବା ବିମାନରେ ହିଁ ଏହି ଅଫର୍‌ର ଲାଭ ଉଠାଇ ପାରିବେ। ଏଥି ସହିତ ଆପଣଙ୍କ ଯାତ୍ରା ତାରିଖ ୨୫ ଜୁଲାଇ ୨୦୨୨ରୁ ନେଇ ୩୧ ଅଗଷ୍ଟ ୨୦୨୨ ମଧ୍ୟରେ ହେବା ଉଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.