ସୁନା ସବୁବେଳେ ନିବେଶକଙ୍କ ପ୍ରଥମ ପସନ୍ଦ ରହିଛି । ସୁନା ଓ ରୁପା ମୂଲ୍ୟ ପ୍ରତିଦିନ ବଦଳୁଛି । ସୁନା କିମ୍ବା ରୂପା କିଣିବା ପୂର୍ବରୁ, ସର୍ବଶେଷ ବଜାର ମୂଲ୍ୟ ଜାଣିବା ଉଚିତ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୭, ହଜାର ୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ଗ୍ରାମ ପିଛା ୭୩ ହଜାର ୨୫୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୭, ୧୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୩,୨୫୦ ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୭, ୨୫୦ ଟଙ୍କା ଓ ୭୨,୮୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୬,୯୨୦ ଟଙ୍କା ଓ ୭୩, ୨୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୭, ୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୩,୨୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୭, ୧୫୦ ଟଙ୍କା ଓ ୭୩,୨୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୬,୫୦୦ ଟଙ୍କା ହୋଇଛି ।