ଶସ୍ତା ହେଲା ସୁନା-ରୁପା: ତା’ହେଲେ ଡେରି କାହିଁକି? ଶୀଘ୍ର ଯାଇ କିଣି ଆଣନ୍ତୁ

ଗତ କିଛି ଦିନ ଧରି ବଢି ଚାଲିଥିଲା ସୁନା ଦର । ଦୀପାବଳିରେ ସୁନା ଦର ବୃଦ୍ଧି ପାଇ ୮୨ ହଜାର ପାର କରିଥିଲା । ଏବେ ଦରବୃଦ୍ଧି ଉପରେ ସାମୟିକ ଭାବେ ଲାଗିଛି ବ୍ରେକ । ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦ ହଜାର ୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭ ହଜାର ୨୯୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୦,୮୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୭,୨୯୦ ଟଙ୍କା ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୦,୮୫୦ଟଙ୍କା ଓ ୭୭,୨୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୧,୦୦୦ ଟଙ୍କା ଓ ୭୭ , ୪୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୦,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୭,୨୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୦,୮୫୦ ଟଙ୍କା ଓ ୭୭,୨୯୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୧,୦୦୦ ହଜାର ଟଙ୍କା ହୋଇଛି ।

You might also like