ପବିତ୍ର ବସନ୍ତ ପଞ୍ଚମୀରେ ସୁନା କିଣିବାକୁ ଚାହୁଁଛନ୍ତି କି, ଜାଣିରଖନ୍ତୁ ଆଜିର ଦର

ଆଜି ପବିତ୍ର ବସନ୍ତ ପଞ୍ଚମୀ। ଯଦି ଏହି ଉପଲକ୍ଷେ ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ଆଜିର ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୩୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୧୪୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୭୦୦ ଟଙ୍କା ଓ ୫୭,୪୯୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୫୨,୭୦୦ ଟଙ୍କା ଓ ୫୭,୪୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୨,୮୫୦ ଟଙ୍କା ଓ ୫୭,୬୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୨,୭୦୦ ଟଙ୍କା ଓ ୫୭,୪୯୦ ଟଙ୍କା ରହିଛି।

ଅନ୍ୟପଟେ ରୁପା ମୂଲ୍ୟ ଆଜି ବଢିଛି । ଆଜି କିଲୋଗ୍ରାମ ପ୍ରତି ରୁପା ଦର ୭୨,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.