ହୁ ହୁ ହୋଇ ବଢି ଚାଲିଛି ସୁନା ଦର, ବିବାହ ତିଥିରେ ଚିନ୍ତାରେ ଗ୍ରାହକ

ବିବାହ ତିଥି ଆସିଯାଇଛି । ତେଣୁ ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । କିନ୍ତୁ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୬୭୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୮୦୦ ଟଙ୍କା ଛୁଇଁଛି ।

ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୭୯ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୦୫୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୮୦୦ ଟଙ୍କା ଓ ୮୭,୦୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯, ୯୫୦ ଟଙ୍କା ଓ ୮୭, ୨୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୮୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୦୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୮୦୦ ଟଙ୍କା ଓ ୮୭,୦୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୯, ୫୦୦ ଟଙ୍କା ହୋଇଛି ।

ଆହୁରି ପଢ଼ନ୍ତୁ : ଲଞ୍ଚ ହେବ BYD Sealion 7 Electric SUV, ସିଙ୍ଗଲ ଚାର୍ଜରେ ମିଳିବ ୫୬୭ କିଲୋମିଟରର ରେଞ୍ଜ