ଆଗକୁ ଆସୁଛି ପର୍ବପର୍ବାଣୀ, ସୁନା କିଣିବାକୁ ଚାହୁଁଥିଲେ ଆଜି ହିଁ କିଣି ଆଣନ୍ତୁ

କେନ୍ଦ୍ର ସରକାର ବଜେଟରେ ସୁନା ଦର କମାଇଥିବା ବେଳେ ଆଜି ୧୫୦ ଟଙ୍କା ବଢିଛି ସୁନା ଦର । ଆଗକୁ ଆସୁଥିବା ଉତ୍ସବକୁ ନେଇ ରାଜଧାନୀବାସୀ ସୁନା କିଣିବା ପାଇଁ ଦୋକାନରେ ଭିଡ ଲଗାଇଛନ୍ତି । ସୁନା ଦର ହ୍ରାସକୁ ନେଇ ରାଜଧାନୀର ବିଭିନ୍ନ ସୁନା ଦୋକାନରେ ବି ଭିଡ ଲାଗିଛି । ବିଶେଷ କରି ସୁନାର କମିଥିବା ଦାମକୁ ନେଇ ଲୋକେ ବେଶ ପ୍ରଭାବିତ ହୋଇ ଆବଶ୍ୟକ ମୁତାବକ ସୁନା କିଣୁଥିବା ଦେଖିବାକୁ ମିଳିଛି ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୯ ହଜାର ୧୬୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୩ ହଜାର ୪୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୩,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୧୬୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୩,୪୦୦ ଟଙ୍କା ଓ ୬୯,୧୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୩,୫୫୦ ଟଙ୍କା ଓ ୬୯,୩୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୯,୯୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୪,୧୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୩ ୪୦୦ ଟଙ୍କା ଓ ୬୯,୧୬୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୫,୦୦୦ ଟଙ୍କା ହୋଇଛି।