କାଲି ଅପେକ୍ଷା ଆଜି ସାମନ୍ୟ ବଢିଲା ସୁନା ଦର, ନଜର ପକାନ୍ତୁ ଆଜି କେତେ ରହିଛି

ଆପଣ ସୁନା କିଣିବାକୁ ମନ ବଳାଇଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର। ଗତକାଲି ଅପେକ୍ଷା ଆଜି ସୁନାଦର ସାମନ୍ୟ ବୃଦ୍ଧି ପାଇଛି ।

କେନ୍ୟୁଜ୍(ବ୍ୟୁରୋ): ଆପଣ ସୁନା କିଣିବାକୁ ମନ ବଳାଇଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର। ଗତକାଲି ଅପେକ୍ଷା ଆଜି ସୁନାଦର ସାମନ୍ୟ ବୃଦ୍ଧି ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୪୧୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୪୫୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୪୦୦ ଟଙ୍କା ଟଙ୍କା ଓ ୫୮,୪୪୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୪୧୦ ଟଙ୍କା ଓ ୬୦,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୫୬୦ ଟଙ୍କା ଓ ୬୦,୬୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୪୦୦ ଟଙ୍କା ଓ ୬୦,୪୪୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୬୯,୭୦୦ଟଙ୍କା ରହିଥିବା ନେଇ  ସୂଚନା ରହିଛି।