ବ୍ୟବସାୟ ଓ ଅର୍ଥନୀତି

ଆରମ୍ଭ ହେଲାଣି ବିବାହ ଋତୁ: ଗ୍ରାହକଙ୍କୁ ମନଲୋଭା ଅଫର ଦେଉଛନ୍ତି ସୁନା ଦୋକାନୀ, ଜାଣନ୍ତୁ କେତେ ଅଛି ଦାମ

ମାର୍ଗଶୀର ମାସ ଏକାଦଶୀ ପରଠୁ ଆରମ୍ଭ ହେଲାଣି ବିବାହ ଋତୁ | ଆଉ ସାରା ବିବାହ ପାଇଁ ଘର ଲୋକ ସୁନା ଜିନିଷ କିଣିବାରେ ବ୍ୟସ୍ତ । ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଗତ ବିବାହ ହ୍ରାସ ପାଇଥିଲା। କିନ୍ତୁ ଏଥର ନଭେମ୍ବରରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ବିବାହ ହେବ ବୋଲି ରହିଛି । ଏହାର ପ୍ରଭାବ ସିଧା ସଳଖ ସୁନା ଜିନିଷ ବିକ୍ରି ହେଉଥିବା ବଜାର ଉପରେ ପଡିବ । ମୁଖ୍ୟତଃ ଏଥର ଗହଣା ବ୍ୟବସାୟୀ ମାନେ ହେବେ ମାଲାମାଲ । ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦାମ୍ ମହଙ୍ଗା ହୋଇଥିବାରୁ ଏହାର ପ୍ରଭାବ ସୁନା ବଜାର ଉପରେ ପଡ଼ିଛି। ତେଣୁ ପ୍ରଥମେ ଆସନ୍ତୁ ଜାଣିବା ବଜାରରେ ଆଜିର ସୁନା ଦର କେତେ ରହିଛି।

ଆଜି ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୨,୯୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୫୦୦ ଟଙ୍କା ରହିଛି। ପୂର୍ବ ଦିନର ମୂଲ୍ୟ ତୁଳନାରେ ଆଜିର ମୂଲ୍ୟରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେହିପରି କିଲୋଗ୍ରାମ ପିଛା ରୁପା ଦରରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ଆଜି ୧ କେଜି ରୁପାର ମୂଲ୍ୟ ୬୧,୦୦୦ ଟଙ୍କା ରହିଥିବା ନେଇ ଚର୍ଚ୍ଚା ହେଉଛି।

ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୩,୦୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୬୦୦ ଟଙ୍କା ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୨୮୫ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୯୨୭ ଟଙ୍କା ଅଛି। ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୧୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୮୦୦ ଟଙ୍କା ରହିଛି।

କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୦୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୬୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୦୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୬୦୦ ଟଙ୍କା ଅଛି।

ଯଦି ଆପଣ ଘରେ ବସି ସୁନା ଦର ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସହଜ ଉପାୟ ରହିଛି। ଏହି ଉପାୟ ଟି ହେଉଛି, ଘରେ ବସି ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେବାକୁ ପଡିବ। ଏହାପରେ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିଯିବ, ଯେଉଁଥିରେ ଆପଣ ଲେଟେଷ୍ଟ ଦର ବିଷୟରେ ଜାଣି ପାରିବେ।

ଏଥିସହିତ ଘରେ ବସି ବିଆଇଏସ୍ କେୟାର ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ମଧ୍ୟ ଯାଞ୍ଚ କରିପାରିବେ | ଯଦି ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିବ ତେବେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରି ପାରିବେ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago