ଲଗାତାର କିଛିଦିନ ସୁନା ଦାମ୍ କମିବା ପରେ ପୁଣି ବଢିଲା, ଜାଣନ୍ତୁ ଆଜି କେତେ ହେଲା ଦାମ୍

ଦିନକୁ ଦିନକୁ ଦିନ କମୁଛି ସୁନା ଦର। କିନ୍ତୁ ଗତକାଲିର ଦର ଅନୁଯାୟୀ ଆଜି ସୁନା ଦାମ ବଢିଛି। ଆଜି ସୁନା ମୂଲ୍ଯରେ ୪୯୦ ଟଙ୍କା ବୃଦ୍ଧି ପାଇଛି। ଆଜି ଭାରତୀୟ ବଜାରରେ ଉଭୟ ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟ ସୁନା ମୂଲ୍ୟ ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୩,୮୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ଯ ୧୦ ଗ୍ରାମ ପ୍ରତି ୪୭,୮୪୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୫,୯୫୦ ଟଙ୍କା ଓ ୪୬,୯୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୦୦୦ ଟଙ୍କା ଓ ୫୦,୧୮୦ ଟଙ୍କା ରହିଛି।

gold

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୨୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୩୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୩୧୦ ଟଙ୍କା ଓ ୪୯,୦୬୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୬୯,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.