ସୁନା କିଣିବାକୁ ଚାହୁଁଥିଲେ, ଏଠାରେ ଜାଣନ୍ତୁ କେତେ ରହିଛି ଆଜି ଗ୍ରାମ୍ ପ୍ରତି ଦାମ୍

ଦୁଇ ଦିନ ପରେ ପୁଣି ବଢିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୦ ଟଙ୍କା ବଢି ୪୬,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୧୭୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୮୫୦ ଟଙ୍କା ଓ ୪୮,୯୨୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୬୫୦ ଟଙ୍କା ଓ ୪୯,୧୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୭୦୦ ଟଙ୍କା ଓ ୫୦,୯୩୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୦୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୧୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୧୦୦ ଟଙ୍କା ଓ ୪୯,୮୦୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୁପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୨୦୦ ଟଙ୍କା କମି ୬୩,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.