କମିଲା ସୁନା ଦର: ରୁପା ବି ହେଲା ଶସ୍ତା, ଜାଣନ୍ତୁ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ହ୍ରାସ ପାଇଛି ସୁନା ଦାମ୍। ସୁନା ୨୪ ଓ ୨୨ କ୍ୟାରେଟ୍ ମୂଲ୍ୟ କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୮୧୦ ଟଙ୍କା ରହିଥିବା ଜଣାଯାଇଛି। ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪, ୮୪୦ ଟଙ୍କା ଓ ୪୯, ୧୨୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭, ୧୨୦ ଟଙ୍କା ଓ ୪୮, ୧୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬, ୭୫୦ ଟଙ୍କା ଓ ୫୧,୦୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫, ୧୬୪ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୨୭୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬, ୯୫୦ ଟଙ୍କା ଓ ୪୯,୬୫୦ ଟଙ୍କା ରହିଛି। ଅନ୍ୟପଟେ ଆଜି ରୁପା ମୂଲ୍ୟ କିନ୍ତୁ ହ୍ରାସ ପାଇଛି। ସେହିପରି ରୁପା ଦାମ୍ କମି କିଲୋ ପ୍ରତି ୬୧ ,୭୦୦ ଟଙ୍କା ରହିଛି।