ସୁନା କିଣିବାକୁ ଚାହୁଁଛନ୍ତି ? ଜଲଦି କରନ୍ତୁ ଆଜି ହିଁ କିଣିଆଣନ୍ତୁ

ସୁନାପ୍ରେମୀ ଆଜି ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଆଜି ସୁନା ଦରର ତାଜା ଅପଡେଟ। ପାଇପାରିବେ ଆଜି ସାମାନ୍ୟ ବଢ଼ିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୯୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୪,୯୦୦ ଟଙ୍କା ଥିବା ଜଣାଯାଇଛି। ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫୦ ଟଙ୍କା ବୃଦ୍ଧି ପାଇ ୪୨,୨୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ୪୬,୦୯୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୩,୯୦୦ ଟଙ୍କା ଓ ୪୪,୯୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୪,୪୦୦ ଟଙ୍କା ଓ ୪୮,୪୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୨,୬୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୬,୫୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୪,୬୬୦ ଟଙ୍କା ଓ ୪୭,୩୫୦ ଟଙ୍କା ରହିଛି ।

ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦୦ ଟଙ୍କା ବଢ଼ି ୬୫,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.