ସାମାନ୍ଯ ବଢିଲା ସୁନା, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ଗ୍ରାମ ପ୍ରତି ଦାମ୍

ସୁନାପ୍ରେମୀ ଆଜି ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଆଜି ସୁନା ଦରର ତାଜା ଅପଡେଟ ପାଇପାରିବେ ଆଜି ମାତ୍ର ୧୦ ଟଙ୍କା ବଢିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୯୧୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୪,୯୧୦ ଟଙ୍କା ଥିବା ଜଣାଯାଇଛି। ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ୪୨,୨୬୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦ଟଙ୍କା ବୃଦ୍ଧି ପାଇ ୪୬,୧୦୦ ଟଙ୍କା ଛୁଇଁଛି।
ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୩,୯୧୦ ଟଙ୍କା ଓ ୪୪,୯୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୪,୪୧୦ ଟଙ୍କା ଓ ୪୮,୪୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୨,୬୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୬,୫୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୪,୬୭୦ ଟଙ୍କା ଓ ୪୭,୩୬୦ ଟଙ୍କା ରହିଛି ।
ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦୦ ଟଙ୍କା ବଢ଼ି ୬୫,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।