ସୁନା ମୂଲ୍ଯରେ ଆସିଲା ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ ପ୍ରତି ଦର
ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଯାଇ କିଣିଆଣନ୍ତୁ। ଆଜି ସୁନା ଦାମରେ କିଛିଟା ପରିବର୍ତ୍ତନ ଦେଖାଯାଇଛି। ଭାରତୀୟ ବଜାରରେ ୨୨ କ୍ଯାରେଟ ସୁନା ଦାମ ଗ୍ରାମ ପ୍ରତି ୪୩,୬୮୦ ଟଙ୍କା ରହିଥିବା ୨୪ କ୍ଯାରେଟ୍ ସୁନା ଦାମ ୪୪,୬୮୦ ଟଙ୍କା ରହିଛି। ଗତକାଲି ଅପେକ୍ଷା ୧୬୦ ଟଙ୍କା ଗ୍ରାମ ପ୍ରତି ସୁନା ଦାମ୍ ବଢିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୨,୦୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୮୨୦ ଟଙ୍କା ଅଛି।
ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୩,୬୮୦ ଟଙ୍କା ଓ ୪୪,୬୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୪,୧୫୦ ଟଙ୍କା ଓ ୪୮,୧୬୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୨,୨୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୬,୦୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୪,୧୨୦ ଟଙ୍କା ଓ ୪୬,୭୮୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୩୦୦ ଟଙ୍କା ବଢ଼ି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।