ଆଜି ଧନତେରସରେ ସ୍ଥିର ଅଛି ସୁନା ଓ ରୁପା ଦାମ୍, ଘରକୁ କିଣି ଆଣନ୍ତୁ ମନ ପସନ୍ଦର ଗହଣା

ସ୍ଥିର ଅଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୭୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୭୪୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୦୬୦ ଟଙ୍କା ଓ ୪୯,୦୫୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୭୪୦ ଟଙ୍କା ଓ ୪୭,୭୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୮୫୦ ଟଙ୍କା ଓ ୫୧,୧୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୦୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୧୧୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୧୫୦ ଟଙ୍କା ଓ ୪୯,୮୫୦ ଟଙ୍କା ରହିଛି। ଅନ୍ୟପଟେ ରୁପା ମୂଲ୍ୟ ଆଜି କମ୍ ରହିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୨୦୦ ଟଙ୍କା କମି ୬୪,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.