ଜାଣନ୍ତୁ ଆଜି କେତେ ହେଲା ସୁନା ଓ ରୁପା ଦାମ୍

ଯଦି ଆପଣ ସୁନା କିଣିବାକୁ ଚାହୁଁଚନ୍ତି, ଆଜି ହିଁ ଯାଇ କିଣିଆଣନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬, ୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭, ୯୫୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭, ୦୬୦ ଟଙ୍କା ଓ ୪୯,୨୭୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୯୫୦ ଟଙ୍କା ଓ ୪୭, ୯୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭, ୦୪୦ ଟଙ୍କା ଓ ୫୧, ୩୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୭୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧,୨୧୦ ଟଙ୍କା ଥିବା ରେକର୍ଡ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୩୭୦ ଟଙ୍କା ଓ ୫୦,୦୭୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୂପା ମୂଲ୍ୟ ଗ୍ରାମ ପ୍ରତି ୬୭, ୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.