ଆଜି କେତେ ରହିଛି ସୁନା-ରୁପା ଦର, ଜାଣନ୍ତୁ ତାଜା ଅପଡେଟ୍

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୨୬୦ ଟଙ୍କା ବଢ଼ି ୪୬,୨୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୨୬୦ ଟଙ୍କା ବଢ଼ି ୪୭,୨୯୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୧୫୦ ଟଙ୍କା ଓ ୪୯,୬୫୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୨୯୦ ଟଙ୍କା ଓ ୪୭,୨୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୩୦୦ ଟଙ୍କା ଓ ୫୦,୫୧୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୪୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୪୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୭୦୦ ଟଙ୍କା ଓ ୪୯,୪୦୦ ଟଙ୍କା ରହିଛି । ସେହିପରି ଆଜି ରୁପା ମୂଲ୍ୟ ମଧ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୩୦୦ ଟଙ୍କା ବଢ଼ି ୬୨,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.