ଭାରତୀୟ ବଜାରରେ ହ୍ରାସ ପାଇଲା ସୁନା ଦାମ୍, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ହ୍ରାସ ପାଇଛି ସୁନା ଦାମ୍। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୯୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୫, ୦୦୦ ଟଙ୍କା ଓ ୪୯,୦୯୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୯୮୦ ଟଙ୍କା ଓ ୪୮,୯୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୧୫୦ ଟଙ୍କା ଓ ୫୧, ୪୪୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୪, ୯୧୬ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୪୯, ୦୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୩୦୦ ଟଙ୍କା ଓ ୫୦,୦୦୦ ଟଙ୍କା ରହିଛି ।ଅନ୍ୟପଟେ ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।