ବିବାହ ଋତୁରେ ଉପହାରରେ ସୁନା ଦେବାକୁ ଚାହୁଁଛନ୍ତି କି, ଦୋକାନକୁ ଯିବା ପୂର୍ବରୁ ଏଠାରେ ଚେକ୍‌ କରିଦିଅନ୍ତୁ କେତେ ରହିଛି ଦାମ

ସୁନା ଜିନିଷ ପିନ୍ଧିବାକୁ କାହାର ବା ଇଚ୍ଛା ନଥାଏ । ହେଲେ ଏହା ଦାମ୍‌ ଦିନକୁ ଦିନ ବଢିଚାଲିଛି । ହେଲେ ବି ଲୋକେ ସୁନା କିଣିବାକୁ ପଛାଉନାହାନ୍ତି । ବାହାଘର ହେଉ ଅବା ବ୍ରତଘର କିମ୍ବା ଅନ୍ୟ କୌଣସି ଉତ୍ସବ ସୁନା କିଣି ଉପହାର ଦେବା ଆଜିକାଲି ସାଧାରଣ କଥା ହୋଇଗଲାଣି। ତେଣୁ ଅଳ୍ପେ ବହୁତ ହେଉ କମ୍‌ ଗ୍ରାମରେ ସୁନା କିଣି ଉପହାର ଦେବାକୁ ସମସ୍ତେ ଇଚ୍ଛା କରନ୍ତି । ତେବେ ପ୍ରତିଦିନ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ କିଛି ନା କିଛି ପରିବର୍ତ୍ତନ ଦେଖାଯାଏ। ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଏଠାରେ ପଢି ନିଅନ୍ତୁ। କେତେ ରହିଛି ଆଜିର ସୁନା ଓ ରୁପା ମୂଲ୍ୟ। କାରଣ ଅନ୍ତର୍ଜାତୀୟ ବଜାରରେ ସୁନାର ଓ ରୁପାର ଦାମ ବଢ଼ିଥିବାରୁ ଏହାର ପ୍ରଭାବ ମାର୍କେଟ ଉପରେ ପଡ଼ିଛି।

ଆଜି ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୨,୯୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୫୦୦ ଟଙ୍କା ରହିଛି। ପୂର୍ବ ଦିନର ମୂଲ୍ୟ ତୁଳନାରେ ଆଜିର ମୂଲ୍ୟରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେହିପରି କିଲୋଗ୍ରାମ ପିଛା ରୁପା ଦରରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ଆଜି ୧ କେଜି ରୁପାର ମୂଲ୍ୟ ୬୧,୦୦୦ ଟଙ୍କା ରହିଥିବା ନେଇ ଚର୍ଚ୍ଚା ହେଉଛି।

ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୩,୦୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୬୦୦ ଟଙ୍କା ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୨୮୫ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୯୨୭ ଟଙ୍କା ଅଛି। ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୧୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୮୦୦ ଟଙ୍କା ରହିଛି।

କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୦୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୬୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୦୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୬୦୦ ଟଙ୍କା ଅଛି।

ଯଦି ଆପଣ ଘରେ ବସି ସୁନା ଦର ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସହଜ ଉପାୟ ରହିଛି। ଏହି ଉପାୟ ଟି ହେଉଛି, ଘରେ ବସି ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେବାକୁ ପଡିବ। ଏହାପରେ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିଯିବ, ଯେଉଁଥିରେ ଆପଣ ଲେଟେଷ୍ଟ ଦର ବିଷୟରେ ଜାଣି ପାରିବେ।

ଏଥିସହିତ ଘରେ ବସି ବିଆଇଏସ୍ କେୟାର ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ମଧ୍ୟ ଯାଞ୍ଚ କରିପାରିବେ | ଯଦି ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିବ ତେବେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.