ବିବାହ ଋତୁରେ ବଢ଼ିଲା ସୁନା ଓ ରୁପା ଦର; ଜାଣନ୍ତୁ କେତେ ଅଛି ମୂଲ୍ୟ

ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦାମ୍ କମ ହୋଇଥିବାରୁ ଏହାର ପ୍ରଭାବ ସୁନା ବଜାର ଉପରେ ପଡ଼ିଛି। ତେଣୁ ପ୍ରଥମେ ଆସନ୍ତୁ ଜାଣିବା ବଜାରରେ ଆଜିର ସୁନା ଦର କେତେ ରହିଛି।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୭୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩,୧୮୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୮୦୦ ଟଙ୍କା ଓ ୫୩,୧୮୦ ଟଙ୍କା ଛୁଇଁଛି।
ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୮,୭୫୦ ଟଙ୍କା ଓ ୫୩,୧୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୮୦୦ ଟଙ୍କା ଓ ୫୩,୩୩୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮,୭୫୦ ଟଙ୍କା ଓ ୫୩,୧୮୦ ଟଙ୍କା ରହିଛି।
ଅନ୍ୟପଟେ ରୁପା ମୂଲ୍ୟ ଆଜି କମିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୬୩,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।