କମିଲା ସୁନା ଦର; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୬୫୦ ଟଙ୍କା ଓ ୫୬,୩୫୦ ଟଙ୍କା ହୋଇଛି।

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧,୩୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୬,୦୯୦ ଟଙ୍କା ରହିଥିବା ଜଣାଯାଇଛି। ଆଜି ସୁନା ଦରରେ ଆସିଛି ସାମାନ୍ୟ ପରିବର୍ତ୍ତନ । ତେବେ ଭୁବନେଶ୍ୱରରେ ୧୦୦ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଓ ଅନ୍ୟ କେତେକ ସହରରେ କିଛିଟା ପରିବର୍ତ୍ତନ ହୋଇଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୬୫୦ ଟଙ୍କା ଓ ୫୬,୩୫୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୧,୬୫୦ ଟଙ୍କା ଓ ୫୬,୩୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୧,୮୦୦ ଟଙ୍କା ଓ ୫୬,୫୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ଟଙ୍କା ଥିବା ରେକର୍ଡ ହୋଇଛି।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୧,୮୫୦ ଟଙ୍କା ଓ ୫୬,୫୫୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୬୪ ,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.