ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସ୍ଥିର ରହିଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨,୮୯୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୨୨୦ ଟଙ୍କା ଓ ୫୧,୫୧୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦର ସ୍ଥିର ଅଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୫୦,୦୫୦ ଟଙ୍କା ଓ ୫୧,୦୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୪୦୦ ଟଙ୍କା ଓ ୫୨,୮୯୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୨୨୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧,୫୧୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୦,୧୧୦ ଟଙ୍କା ଓ ୫୧,୭୧୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ ବି ସ୍ଥିର ରହିଛି। ଆଜି ରୁପା ମୂଲ୍ୟ ୬୨,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.