କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୪୦ ଟଙ୍କା କମି ୪୭,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୪୦ ଟଙ୍କା କମି ୪୮,୧୩୦ ଟଙ୍କା ହୋଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪,୭୮୦ ଟଙ୍କା ଓ ୪୯,୧୩୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୧୩୦ ଟଙ୍କା ଓ ୪୮,୧୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୯୦୦ ଟଙ୍କା ଓ ୫୧,୧୬୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୦୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୧୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୪୦୦ ଟଙ୍କା ଓ ୫୦,୧୦୦ ଟଙ୍କା ରହିଛି ।
ଅନ୍ୟପଟେ ଆଜି ରୁପା ମୂଲ୍ୟ ମଧ୍ୟ କମ୍ ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୨୦୦ ଟଙ୍କା କମି ୬୪,୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.