ବିବାହ ଋତୁରେ ଚମକୁଛି ସୁନା, ଏଠାରେ ଚେକ୍ କରନ୍ତୁ ୧୦ ଗ୍ରାମକୁ କେତେ ଅଛି ଦାମ୍

ବିବାହ ଋତୁରେ ସୁନାର ଚାହିଦା ବଢିଛି । ତେବେ ଏହାରି ଭିତରେ ଆସିଛି ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର । ବର୍ତ୍ତମାନ ସୁନା ଦର ଏମିତି ବଢିଥିଲା ଯେ କେହି ସୁନା କିଣିବାକୁ ଚାହିଁ ନଥିଲେ । ଏବେ ସୁନା ଦର ଆଣିଛି ଆଶ୍ୱସ୍ତି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୩୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୨୭୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୭,୧୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୩,୨୦୦ ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୭,୧୦୦ ଟଙ୍କା ଓ ୭୩,୨୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୭,୨୫୦ ଟଙ୍କା ଓ ୭୩,୩୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୭,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୩,୩୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୭,୧୦୦ ଟଙ୍କା ଓ ୭୩,୨୦୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୪,୪୦୦ ଟଙ୍କା ହୋଇଛି ।