୭୦ ହଜାର ତଳେ ସୁନା ଦର , ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ୍

ଗତ କିଛି ଦିନ ଧରି ବଢି ଚାଲିଥିଲା ସୁନା ଦର । ଦୀପାବଳିରେ ସୁନା ଦର ବୃଦ୍ଧି ପାଇ ୮୨ ହଜାର ପାର କରିଥିଲା । ଏବେ ଦର ଉପରେ ସାମୟିକ ଭାବେ ଲାଗିଛି ବ୍ରେକ । ଆଜି ପୁଣି ସୁନା ଦର ଟିକେ କମିଛି । ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୯ ହଜାର ୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୫ ହଜାର ୬୫୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୯,୩୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୬ ,୬୫୦ ଟଙ୍କା ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୯,୫୦୦ ଟଙ୍କା ଓ ୭୫ ,୮୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୯,୫୦୦ ଟଙ୍କା ଓ ୭୬ ,୮୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୯,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୫ ,୬୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୯,୩୫୦ ଟଙ୍କା ଓ ୭୫ ,୫୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୯,୫୦୦ ହଜାର ଟଙ୍କା ହୋଇଛି ।

You might also like