ଦେଶରେ ସ୍ଥିର ରହିଛି ସୁନା ଓ ରୂପା ଦର; ଜାଣନ୍ତୁ ଆଜିର ମୂଲ୍ୟ ବାବଦରେ

ଗତ ଦୁଇ ସପ୍ତାହ ଧରି ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାେବ ବୃଦ୍ଧି ପାଇବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ । ଏପରିକି ଚଳିତବର୍ଷ ଦୀପାବଳି ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ଛୁଇଁଯାଇପାରେ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୫ ହଜାର ୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୨ ହଜାର ୦୯୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୫, ୨୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୨ , ୦୯୦ ଟଙ୍କା ରହିଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୫,୨୫୦ ଟଙ୍କା ଓ ୮୨, ୦୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୫,୪୦୦ ଟଙ୍କା ଓ ୮୨, ୨୪୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୫,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୨, ୦୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୫,୨୫୦ ଟଙ୍କା ଓ ୮୩,୦୯୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୬,୫୦୦ ହଜାର ଟଙ୍କା ହୋଇଛି ।

 

ଆହୁରି ପଢନ୍ତୁ : Auto Expo ୨୦୨୫ ରେ Hyundai ସାମ୍ନାକୁ ଆଣିଛି Ioniq 9 Electric SUV, ଖୁବ୍ ଶୀଘ୍ର ହୋଇପାରେ ଭାରତରେ ଲଞ୍ଚ

You might also like