ବିବାହ ଋତୁରେ ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ସୁନା ବଜାରରେ ଲାଗିଲା ନିଆଁ । ହୁ ହୁ ହୋଇ ବଢିଲା ସୁନା ଦର । ବିବାହ ଋତୁରେ ଅହେତୁକ ଭାବେ ସୁନା ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୫ ହଜାର ୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୨ ହଜାର ୪୨୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୫, ୫୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୨ , ୪୨୦ ଟଙ୍କା ରହିଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୫,୫୫୦ ଟଙ୍କା ଓ ୮୨, ୪୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୫,୭୦୦ ଟଙ୍କା ଓ ୮୨, ୫୭୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୫,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୨, ୪୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୫,୫୫୦ ଟଙ୍କା ଓ ୮୨,୪୨୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୭,୫୦୦ ହଜାର ଟଙ୍କା ହୋଇଛି ।

 

ଆହୁରି ପଢନ୍ତୁ : Kia Carens Facelift ଏବଂ Carens EV ର ଲଞ୍ଚ ଡେଟ୍ କନଫର୍ମ, ଅଗଷ୍ଟରେ କରିବ ଏଣ୍ଟ୍ରି

You might also like