ଜାରି ହେଲା ନୂଆ ସୁନା ଦର, ଆଜି ଭୁବନେଶ୍ବରରେ ଭରି ପିଛା ଏତିକି ଟଙ୍କା ବୃଦ୍ଧି

ବିବାହ ଋତୁରେ ଅହେତୁକ ଭାବେ ସୁନା ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୫ ହଜାର ୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୧ ହଜାର ୯୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୫, ୧୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୧ ,୯୩୦ ଟଙ୍କା ରହିଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୫,୧୦୦ ଟଙ୍କା ଓ ୮୧,୯୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୫, ୨୫୦ ଟଙ୍କା ଓ ୮୨, ୦୮୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୫,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୧, ୯୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୫,୧୦୦ ଟଙ୍କା ଓ ୮୧,୯୩୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୬,୫୦୦ ହଜାର ଟଙ୍କା ହୋଇଛି ।
ଆହୁରି ପଢନ୍ତୁ : Maruti Grand Vitara ଏବଂ Maruti Suzuki Brezza ମଧ୍ୟରୁ କେଉଁଟା ବେଷ୍ଟ, ଜାଣନ୍ତୁ ପ୍ରାଇସରୁ ନେଇ ଫିଚର୍ସ…