ରାଜଧାନୀ ଭୁବନେଶ୍ୱରରେ ସାମାନ୍ୟ କମିଲା ସୁନା ଦାମ୍, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ବିବାହ ଋତୁ ଆସିଗଲାଣି। ଯଦି ଆପଣ ନିଜ ପୁଅ କିମ୍ବା ଝିଅ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ସୁନା ଦାମ୍ କେତେ ରହିଛି ଜାଣିବା ନିତାନ୍ତ ଜରୁରୀ। ତେବେ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫, ୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯, ୨୪୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫, ୭୪୦ ଟଙ୍କା ଓ ୫୦, ୩୬୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୮, ୨୮୦ ଟଙ୍କା ଓ ୪୯, ୨୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭, ୮୯୦ ଟଙ୍କା ଓ ୫୨,୨୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬, ୨୫୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୪୬୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮, ୨୯୦ ଟଙ୍କା ଓ ୫୦,୯୯୦ଟଙ୍କା ରହିଛି।
ଅନ୍ୟପଟେ ଆଜି ରୁପା ମୂଲ୍ୟ କିନ୍ତୁ ହ୍ରାସ ପାଇଛି। ସେହିପରି ରୁପା ଦାମ୍ କମି କିଲୋ ପ୍ରତି ୬୫,୬୦୦ ଟଙ୍କା ରହିଛି।