ବ୍ୟବସାୟ ଓ ଅର୍ଥନୀତି

ସୁନା କିଣିବାକୁ ଯିବା ପୂର୍ବରୁ ଜାଣନ୍ତୁ ଆଜି ଦାମ୍‌ ବଢ଼ିଛି ନା କମିଛି

ବାହାଘର ସିଜନ୍‌ ଆସିବା କାରଣରୁ ପୁଣିଥରେ ସୁନା ଏବଂ ରୁପା ଦାମ ବଢିବା ଏବଂ କମିବାରେ ଲାଗିଛି । ଗତ କିଛିଦିନ ହେଲାଣି ଏହାର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆପଣ ଯଦି ଆଜି ଦୋକାନକୁ ଯାଇ ସୁନା କିଣିବାକୁ ମନ ବଳାଇଛନ୍ତି, ତେବେ ପୂର୍ବରୁ ଜାଣି ରଖନ୍ତୁ କେତେ ରହିଛି ଦାମ୍ । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦଶଗ୍ରାମ୍‌ ପ୍ରତି ଗତକାଲି ଠାରୁ ୨୦୦ ଟଙ୍କା ବୃଦ୍ଧି ପାଇ ୪୯,୪୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ଦଶଗ୍ରାମ୍‌ ପ୍ରତି ଗତକାଲି ଠାରୁ ୨୨୦ ଟଙ୍କା ବୃଦ୍ଧି ପାଇ ୫୩,୯୫୦ ଟଙ୍କା ରହିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୯ ,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩,୬୬୦ ଟଙ୍କା ଥିବା ଜଣାଯାଇଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୯,୨୫୦ ଟଙ୍କା ଓ ୫୩,୭୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୪୦୦ ଟଙ୍କା ଓ ୫୩,୯୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୯,୨୫୦ ଟଙ୍କା ଓ ୫୩,୭୩୦ ଟଙ୍କା ରହିଛି।

ଅନ୍ୟପଟେ ରୁପା ମୂଲ୍ୟ ଆଜି କମିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୬୪,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Pritiparna

Recent Posts

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

22 seconds ago

ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍‌): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…

19 mins ago

ସମୟ ସିନା ବଦଳିଛି ହେଲେ ସେମିତି ଅବିଚଳିତ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ମୁହଁରେ ସେହି ସବୁବେଳର ଭାବ । ବିଜେପି ସରକାରଙ୍କ ଶପଥ ଗ୍ରହଣ ମଞ୍ଚରେ ସେମିତି ଅବିଚଳିତ ଥିଲେ ନବୀନ…

29 mins ago

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

2 hours ago

ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି…

2 hours ago

ସ୍ୱାଧିନତାର ଏତେ ବର୍ଷ ପରେ ବି ଏ ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା

ସୁବର୍ଣ୍ଣପୁର (କେନ୍ୟୁଜ) : ବଦଳିଛି ଯୁଗ ଆଉ ବଦଳିଛି ସମୟ । ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ବି…

2 hours ago