ଦିନକୁ ଦିନ ନୂଆ ରେକର୍ଡ ଛୁଇଁ ଚାଲିଛି ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ ବାବଦରେ

ଦିନକୁ ଦିନ ନୂଆ ରେକର୍ଡ ଛୁଇଁ ଚାଲିଛି ସୁନା ଦର । କିନ୍ତୁ ଆଜି ସୁନା ମୂଲ୍ୟରେ କିଛି ପରିବର୍ତ୍ତନ ଆସିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୮୪୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯, ୬୦୦ ଟଙ୍କା ଛୁଇଁଛି ।

ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୭୯ ହଜାର ୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୬ ହଜାର ୮୪୦ ହୋଇଛି ।  ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୬୦୦ ଟଙ୍କା ଓ ୮୬,୪୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯, ୯୯୦ ଟଙ୍କା ଓ ୮୬, ୯୯୦ ଟଙ୍କା ରହିଛି ।  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୬, ୮୪୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୬୦୦ ଓ ୮୬,୮୪୦ ଟଙ୍କା ରହିଛି ।  ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୭,୦୦୦ ଟଙ୍କା ହୋଇଛି ।

 

ଆହୁରି ପଢ଼ନ୍ତୁ : Global NCAP ରୁ ୫-ଷ୍ଟାର ସେପ୍ଟି ରେଟିଂ ପାଇଲା Maruti Dzire 2024, ରହିଛି ଅନେକ ଦମଦାର ସେପ୍ଟି ଫିଚର୍ସ