ଆଜି ସୁନା ଦର ବନାଇଛି ନୂଆ ରେକର୍ଡ ସ୍ତର, ରୁପା ମଧ୍ୟ କରିଛି ପାର

ଆଜି ସୁନା-ରୂପା ମୂଲ୍ୟରେ ବୃଦ୍ଧି ହୋଇଛି। ଦୁଇଟି ଧାତୁର ଦାମ ରେକର୍ଡ ଛୁଇଁବା ଦେଖିବାକୁ ମିଳିଛି। ସୁନା ୩୭ ହଜାର ପାଖାପାଖି ପହଁଚିଛି। ସେହଭଳି ରୂୂପା ମଧ୍ୟ ୪୩ ହଜାର ପ୍ର୍ରତି କିଲୋ ପାର ରହିଛି।

ଦିଲ୍ଲୀର ସର୍ରଫା ବଜାରରେ ସୁନା ଆଜି ୮୦୦ ଟଙ୍କା ବଢ଼ି ୩୬,୯୭୦ ଟଙ୍କା ପ୍ରତି ଦଶଗ୍ରାମ ପହଁଚିଛି। ଗତ ଗୋଟେ ମାସରେ ସୁନା ଦରର ଏହା ସବୁଠାରୁ ବଡ ବୃଦ୍ଧି ହୋଇଥିବା ଜଣାପଡିଛି। ସେହିପରି ରୂପା ଦର ମଧ୍ୟ ବଢ଼ି ୪୩,୧୦୦ ଟଙ୍କା ପ୍ରତି କିଲୋ ପହଁଚିଛି। ଏହାର ଦାମ ୨ ମାର୍ଚ୍ଚ ୨୦୧୭ ବରେ ସର୍ବାଧିକ ରହିଛି।

ଆଗାମୀ ଦିନରେ ଯଦି ଅନ୍ତରାଷ୍ଟ୍ରୀୟ ସ୍ତରରେ ଦାମ ଉପରେ ଏହି କ୍ରମ ଜାରୀ ରହିଲା ତେବେ ସ୍ଥାନୀୟ ବଜାରରେ ମଧ୍ୟ ସୁନା ଆହୁରି ମଧ୍ୟ ବଢ଼ିଯିବ।