କମିଲା ସୁନା ଦର , ଜାଣନ୍ତୁ କେଉଁ ସହରରେ କଣ ରହିଛି ଦାମ

କମିଲା ସୁନା ଦର । ବିଶ୍ୱ ବଜାରରେ ଅସ୍ଥିରତା ଏବଂ ଭୁ- ରାଜନୈତିକ ସମସ୍ୟା ମଧ୍ୟରେ ହୁ ହୁ ହୋଇ ବଢିଚାଲିଛି ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୮୯ ହଜାର ୭୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨ ହଜାର ୨୯୦ ଟଙ୍କାକୁ ପହଞ୍ଚିଛି ।
ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୯ ହଜାର ୭୭୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୨, ୨୯୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୨,୨୯୦ ଟଙ୍କା ଓ ୮୯,୭୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୨, ୪୪୦ ଟଙ୍କା ଓ ୮୯, ୯୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୨,୨୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୯, ୭୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୨,୨୯୦ ଓ ୮୯,୭୭୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୧,୦୦୦ ଟଙ୍କା ହୋଇଛି ।