ଗ୍ରାହକଙ୍କ ପାଇଁ ଖୁସି ଖବର; ସ୍ଥିର ରହିଛି ସୁନା ଦର, ଆଉ କରନ୍ତୁନି ବିଳମ୍ବ…

ଜାଣନ୍ତୁ, ଆଜି କଣ ରହିଛି ସୁନା ଦର । ଆଗକୁ ଆସୁଥିବା ଉତ୍ସବକୁ ନେଇ ରାଜଧାନୀବାସୀ ସୁନା କିଣିବା ପାଇଁ ଦୋକାନରେ ଭିଡ ଲଗାଇଛନ୍ତି । ବିଶେଷ କରି ବଜେଟରେ ସୁନା ଦାମ୍ କମିଥିବା ବେଳେ ଲୋକେ ବେଶ ପ୍ରଭାବିତ ହୋଇ ଆବଶ୍ୟକ ମୁତାବକ ସୁନା କିଣୁଥିବା ଦେଖିବାକୁ ମିଳିଛି ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୪, ହଜାର ୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ଗ୍ରାମ ପିଛା ୭୦ ହଜାର ୫୮୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୪, ୭୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦,୫୮୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୪, ୭୦୦ ଟଙ୍କା ଓ ୭୦,୫୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୦,୭୩୦ ଟଙ୍କା ଓ ୬୪, ୮୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୪,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୦,୩୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୪, ୭୦୦ ଟଙ୍କା ଓ ୭୦,୫୮୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୫,୫୦୦ ଟଙ୍କା ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.