ଗ୍ରାହକଙ୍କୁ ଝଟକା ! ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ ୧୦ ଗ୍ରାମର ମୂଲ୍ୟ

ଦେଶର ବଜେଟ୍ ଉପସ୍ଥାପିତ ହେବା ଦିନଠାରୁ ସୁନା ଦର ହ୍ରାସ ପାଇବାରେ ଲାଗିଥିଲା, କାରଣ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ ସୁନା ଉପରେ କଷ୍ଟମ୍ ଡ୍ୟୁଟି ଯଥେଷ୍ଟ ହ୍ରାସ ପାଇବ । ଏହାର ପ୍ରଭାବ ସ୍ପଷ୍ଟ ଭାବେ ପ୍ରତିଦିନ ସୁନା ମୂଲ୍ୟରେ ଦେଖିବାକୁ ମିଳୁଥିଲା । ହେଲେ ଆଜି ସାମାନ୍ୟ ବଢ଼ିଛି ସୁନା ଦର ।  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୮, ହଜାର ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ଗ୍ରାମ ପିଛା ୭୫ ହଜାର ୦୫୦ ଟଙ୍କା ରହିଛି ।  ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୮, ୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୫,୦୫୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୮, ୮୦୦ ଟଙ୍କା ଓ ୭୫,୦୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୮,୯୫୦ ଟଙ୍କା ଓ ୭୫, ୧୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୮, ୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୫,୦୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୮, ୮୦୦ ଟଙ୍କା ଓ ୭୫,୦୫୦ ଟଙ୍କା ରହିଛି ।  ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୩,୦୦୦ ଟଙ୍କା ହୋଇଛି ।

You might also like