ପୁଣି ଆକାଶଛୁଆଁ ସୁନା ଦର, ଜାଣନ୍ତୁ କେଉଁ ସହରରେ କେତେ ଦାମ୍ ?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୬ ହଜାର ୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୩ ହଜାର ୦୨୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୬, ୧୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୩ ,୦୨୦ ଟଙ୍କା ରହିଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୬,୧୦୦ ଟଙ୍କା ଓ ୮୩,୦୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୬, ୨୫୦ ଟଙ୍କା ଓ ୮୩, ୧୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୬,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୩, ୦୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୬,୧୦୦ ଟଙ୍କା ଓ ୮୩,୦୨୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୮,୫୦୦ ହଜାର ଟଙ୍କା ହୋଇଛି ।
ଆହୁରି ପଢନ୍ତୁ : ବଜେଟ୍ ୨୦୨୫: HRA, ଧାରା 80C ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ… ବଜେଟରେ ହୋଇପାରେ ଏହି ବଡ଼ ଘୋଷଣା