ନୂଆ ସୁନା ଦର ଜାରି, ଜାଣନ୍ତୁ ଭୁବନେଶ୍ବରରେ ଆଜି ଭରି ପିଛା କେତେ ରହିଛି ରେଟ୍ ?

ଦିନକୁ ଦିନ ନୂଆ ରେକର୍ଡ ଛୁଇଁ ଚାଲିଛି ସୁନା ଦର । କିନ୍ତୁ ଆଜି ସୁନା ମୂଲ୍ୟରେ କିଛି ପରିବର୍ତ୍ତନ ଆସିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୬୨୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯, ୪୦୦ ଟଙ୍କା ଛୁଇଁଛି ।
ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୭୯ ହଜାର ୪୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୬ ହଜାର ୬୨୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୪୦୦ ଟଙ୍କା ଓ ୮୬,୬୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯, ୫୫୦ ଟଙ୍କା ଓ ୮୬, ୭୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୬, ୬୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୪୦୯ ଓ ୮୬,୬୨୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୭,୦୦୦ ଟଙ୍କା ହୋଇଛି ।
ଆହୁରି ପଢ଼ନ୍ତୁ : Tata ର ସବୁଠାରୁ ଶସ୍ତା କାର୍ ଉପରେ ମିଳୁଛି ବମ୍ପର ଡିସକାଉଣ୍ଟ, ଜାଣନ୍ତୁ କେତେ ଟଙ୍କା କରିପାରିବେ ସେଭ୍