ସୁନା କିଣିବାକୁ ଭାବୁଛନ୍ତି କି? ବଦଳିଲା ସୁନା ଦର, କିଣିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ…

ସୁନା କିଣିବାକୁ ଚାହୁଁଛନ୍ତି କି ? ସପ୍ତାହ ଆରମ୍ଭରୁ ସୁନା ଦରରେ ହେଲା ପରିବର୍ତ୍ତନ । ଆକାଶ ଛୁଆଁ ସୁନା ଦର । ତେବେ ଆସନ୍ତୁ ଜାଣିବା, ସୁନା ଦର କେଉଁଠି କେତେ ? ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୬୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୪୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯, ୦୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୭୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୯,୦୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ,୦୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୯, ୧୫୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦, ୯୦୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୯, ୦୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦,୭୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୯, ୦୦୦ ଓ ୯୦,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୧୧ ,୦୦୦ ଟଙ୍କା ହୋଇଛି ।
କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ…
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।
ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
ସଠିକ୍ ଦାମ୍ରେ କେମିତି କିଣିବେ ସୁନା
ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।
ସୁନା କିଣିବା ବେଳେ ହଲ୍ମାର୍କ ଦେଖି ସୁନା କିଣନ୍ତୁ ।
ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।
ଆହୁରି ପଢ଼ନ୍ତୁ : ଦମଦାର୍ ମାଇଲେଜ୍ ଏବଂ ୬ ଏୟାରବ୍ୟାଗ୍ ଥିବା ଏହି SUV ଉପରେ ମିଳୁଛି ୮୭ ହଜାରର ବମ୍ପର ଡିସକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ