ଧନତେରସରେ ସରକାର ବିକ୍ରି କରିବେ ସୁନା, କିଣିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ…

ନୂଆଦିଲ୍ଲୀ : ସରକାର ଶୋଭରେନ୍ ସ୍ବର୍ଣ୍ଣ ବଣ୍ଡ ଯୋଜନା ଅସନ୍ତା ନଭେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ଦିପାବଳୀ ଏବଂ ଧନତେରସ ସମୟରେ ସୁନା ଏବଂ ରୁପା କିଣିବା ବହୁତ ଶୁଭ କୁହାଯାଇଥିବା ବେଳେ ଏହି ସମୟରେ ସରକାର ଦେବା ଆରମ୍ଭ କରିଛନ୍ତି ସ୍ବର୍ଣ୍ଣ ବଣ୍ଡ।

gold

ଅର୍ଥ ମନ୍ତ୍ରାଳୟ ତରଫରୁ କରାଯାଇଥିବା ଏକ ଆଧିକାରିକ ଘୋଷଣାରେ କୁହାଯାଇଛି, ଏହି ଯୋଜନାକୁ ଆସନ୍ତା ନଭେମ୍ବର ୫ ରୁ ୯ ତାରିଖ ପର୍ଯ୍ଯନ୍ତ ଖୋଲାଯିବ। ଏଥିପାଇଁ ପ୍ରତି ଗ୍ରାମ ସୁନାର ମୂଲ୍ଯ ୩,୧୮୫ ନିର୍ଣ୍ଣୟ କରାଯାଇଛି। ତେବେ ଗ୍ରାହକ ଅନଲାଇନ୍ ଏବଂ ଡ଼ିଜିଟାଲ ଟ୍ରାଞ୍ଜାକସନ୍ ଜରୀଆରେ ଏହାକୁ କ୍ରୟ କରିପାରିବେ।ଅନଲାଇନ କିଣୁଥିବା ଗ୍ରାହକଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ମିଳିବ ଯାହାପରେ ସୁନା ଗ୍ରାମ ପିଛା ମୂଲ୍ଯ ରହିବ ୩,୧୩୩ ଟଙ୍କା।

gold-bangles

ସରକାର ନଭେମ୍ବର ୨୦୧୫ ମସିହାରେ ସ୍ବର୍ଣ୍ଣ ବଣ୍ଡ ଯୋଜନାର ଆରମ୍ଭ କରିଥିଲେ। ଏହି ଯୋଜନା ଅନ୍ତର୍ଗତ କମ ସେ କମ ଗ୍ରାମର ସୁନା ବଣ୍ଡ ଆପଣ କିଣିପାରିବେ। ତେବେ ଏଥିରେ ବର୍ଷକ ପ୍ରତି ବ୍ଯକ୍ତି ୫୦୦ଗ୍ରାମ ପର୍ଯ୍ଯନ୍ତ ସୁନା କଣିପାରିବେ। ଆରବିଆଇ ସୂଚନା ଅନୁଯାୟୀ, ସରକାରୀ ସ୍ବର୍ଣ୍ଣ ବଣ୍ଡ ଅକ୍ଟୋବର ୨୦୧୮ ରୁ  ଫେବୃଆରୀ ୨୦୧୯ ପର୍ଯ୍ଯନ୍ତ ପ୍ରତ୍ଯୋକ ମାସରେ ଜାରି କରାଯିବ।

ଏହି ବଣ୍ଡର ବିକ୍ରି ବ୍ଯାଙ୍କ ,ଷ୍ଟକ୍ ହୋଲଡିଂ କରପୋରେସନ୍ ଅଫ ଇଣ୍ଡିଆ ଲିମିଡ଼େଟ, ଡ଼ାକଘର ଏବଂ ନ୍ଯାସନାଲ ଷ୍ଟକ୍ ଏକ୍ସଜେନ୍ସ ଏବଂ ବିଏସିଇ ଜରୀଆରେ କରାଯିବ। ଏହି ସମୟରେ କିଣାଯାଇଥିବା ବଣ୍ଡକୁ ୧୩ ନଭେମ୍ବରରେ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.