କେବଳ ଟଙ୍କା ନୁହେଁ, ଏଣିକି ATMରୁ ବାହାରିବ Gold: ଭାରତରେ ଖୋଲିଲା ବିଶ୍ୱର ପ୍ରଥମ ଗୋଲ୍ଡ ଏଟିଏମ୍

ଏଣିକି ଏଟିଏମରୁ ବାହାରିବ ସୁନା। ହଁ ଆଜ୍ଞା ଭାରତରେ ଲଞ୍ଚ୍ ହେଲା ପ୍ରଥମ ଗୋଲଡ ଏଟିଏମ୍। ଏବେ ଲୋକମାନେ ସୁନା ମୁଦାକୁ ଆଉ ଦୋକାନକୁ ଯାଇ ନୁହେଁ ବରଂ ସିଧାସଳଖ ଏଟିଏମରୁ କିଣିପାରିବେ। ଦୈନନ୍ଦିନ ଜୀବନରେ ଆମେମାନେ ଏଟିଏମ ମେଶିନରୁ ଆବଶ୍ୟକ ମୁତାବକ କ୍ୟାଶ୍ କାଢ଼ିଥାଉ । ତେବେ ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ସୁନା ବାହାରିବ, ଆପଣଙ୍କୁ କେମିତି ଲାଗିବ । କିନ୍ତୁ ଏ କଥାଟି ସମ୍ପୂର୍ଣ୍ଣ ସତ । ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଟ ଏଟିଏମ୍ ଭାରତର ହାଇଦ୍ରାବାଦ ସହରରେ ଖୋଲିଛି ।
ହାଇଦ୍ରାବାଦରେ ଖୋଲିଥିବା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଡ ଏଟିଏମରୁ ଆପଣମାନେ ସୁନାର ସିକ୍କା କାଢ଼ି ପାରିବେ । ସୁନା କ୍ରୟ ଓ ବିକ୍ରୟ କରୁଥିବା ଗୋଲ୍ଡ ସିକ୍କା କମ୍ପାନୀ ସେଠାରେ ଏକ ଏଟିଏମ୍ ସ୍ଥାପନ କରିଛି । ଏହି ଏଟିଏମରୁ ୦.୫ ଗ୍ରାମରୁ ଆରମ୍ଭ କରି ୧୦୦ ଗ୍ରାମ ପର୍ଯ୍ୟନ୍ତ ସିକ୍କା କାଢ଼ି ହେବ । ଏହି ପ୍ରୟାସ ଫଳରେ ଜନସାଧାରଣ ସୁନାରେ ଅଧିକ ନିବେଶ କରିବାକୁ ଆକୃଷ୍ଟ ହେବେ ବୋଲି କମ୍ପାନୀର ଲକ୍ଷ୍ୟ ରହିଛି ।
ଏହି ଏଟିଏମ୍ ଗୋଲ୍ଡ ସିକ୍କା କମ୍ପାନୀର ହେଡ ଅଫିସ ଅଶୋକ ରଘୁପତି ଚ୍ୟାମ୍ବର୍ସ ପ୍ରକାଶ ନଗର ମେଟ୍ରୋ ଷ୍ଟେସନ ବେଗମପେଟରେ ଲଗାଯାଇଛି । ଏହି ଗୋଲ୍ଡ ଏଟିଏମରେ ସୁନାର ମୂଲ୍ୟ ଲାଇଭ୍ ଅପଡେଟ୍ ଜାରି ରହିବ । ଚଳିତ ମାସ ପହିଲାରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖି ୫୪,୬୪୦ ଟଙ୍କାରେ ପହଞ୍ଚି ଯାଇଛି । ଏହାପରେ ସୁନାର ଚାହିଦା ବଢ଼ିବାରେ ଲାଗିଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସିକ୍କାର ଓଜନ ଏବଂ ଶୁଦ୍ଧତା ପାଇଁ ଏକ ସାର୍ଟିଫିକେଟ ମଧ୍ୟ ଦିଆଯିବ ଏବଂ ଏହି ଏଟିଏମ୍ ୨୪ ଘଣ୍ଟା ଖୋଲା ରହିବ। ଏହି ଏଟିଏମରୁ ଗ୍ରାହକଙ୍କୁ ଶୁଦ୍ଧ ସୁନା ମିଳିବା ସହ କଏନ୍ ଗୁଡ଼ିକ ୨୪ କ୍ୟାରେଟ ବିଶିଷ୍ଟ ହେବ । କୌଣସି ବ୍ୟକ୍ତି ୦.୫ ଗ୍ରାମରୁ କମ୍ ବା ୧୦୦ ଗ୍ରାମରୁ ଅଧିକ ସୁନା କିଣିପାରିବେ ନାହିଁ ।
ଏଟିଏମ୍ ବିଷୟରେ କିଛି ଖାସ୍ କଥା
- ଏଟିଏମର ପୂରା ନାମ ଅଟୋମେଟେଡ ଟେଲର ମେସିନ୍, ଯାହା ଏକ ସ୍ପେଶାଲ କମ୍ପ୍ୟୁଟର ଅଟେ।
- ଏହା ଜରିଆରେ ବ୍ୟାଙ୍କ ଧାରକ ବିନା ବ୍ୟାଙ୍କ ଯାଇ ବିନା ଚେକ୍ ସାଇନ କରି ସିଧାସଳଖ ଏଟିଏମରୁ ଟଙ୍କା ବାହାର କରିପାରୁଛନ୍ତି।
- ଏହାବ୍ୟତୀତ ଆପଣ ଏଟିଏମ ଜରିଆରେ ନିଜ ଖାତା ଏବଂ ବ୍ୟାଙ୍କ ବିଷୟରେ ମଧ୍ୟ ସୂଚନା ହାସଲ କରିପାରିବେ।
- ଏଟିଏମ ପ୍ରତି ସହରରେ ୨୪ ଘଣ୍ଟା ଖୋଲା ରହିଥାଏ। ଯାହା ଜରିଆରେ ମିନିଟ୍ ମଧ୍ୟରେ ଆପଣ ଟଙ୍କା ଉଠାଇପାରୁଛନ୍ତି।
- ଏଟିଏମ ମେସିନରୁ ଟଙ୍କା ବାହାର କରିବା ପାଇଁ ଆପଣଙ୍କୁଏକ କାର୍ଡ ମିଳିଥାଏ, ଯାହାକୁ ଏଟିଏମ କାର୍ଡ କିମ୍ବା ଡେବିଟ୍ କାର୍ଡ କହନ୍ତି।
- ଏହାର ଏକ କୋଡ ନମ୍ବର ରହିଥାଏ, ଯାହା ବ୍ୟାଙ୍କରେ ଖାତା ଖୋଲିବା ସମୟରେ ଆପଣଙ୍କୁ ଏଟିଏମ କାର୍ଡ ସହିତ ଦିଆଯାଇଥାଏ।
- ଏହା ବ୍ୟକ୍ତିଗତ ହୋଇଥାଏ ଏବଂ ଏହି ନମ୍ବରକୁ ପିନ୍ କୁହାଯାଏ।
- ଏହି ପିନ୍ କରିଆରେ ଏଟିଏମ କାର୍ଡ ଓ୍ଵାର୍କ କରିଥାଏ। ଏହାକୁ କାହା ସହିତ ସେୟାର କରାଯାଏନାହିଁ।