ସୁନା ଦର କମିବା ପରେ ଗ୍ରାହକଙ୍କର ନାହିଁ ନଥିବା ଖୁସି, ଆଜି ଏକାଥରେ କମିଲା ୧,୦୧୦

ସୁନା କୁଣିବାକୁ ଚାହୁଁଛନ୍ତି କି? ତା’ହେଲେ ଡେରି କାହିଁକି । ଶୀଘ୍ର ଯାଇ ସୁନା କିଣି ଆଣନ୍ତୁ । କାରଣ ସୁନା ଦର କମିଛି। ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ କରିବାକୁ ସରକାର ବଜେଟରେ ଘୋଷଣା କରିଥିବାରୁ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ଆଜି ହ୍ରାସ ପାଇଛି। ଯାହା ବିଶେଷ କରି ମହିଳାମାନଙ୍କ ପାଇଁ ଖୁସି ଆଣିଦେଇଛି । ଏନେଇ ରାଜ୍ୟର ବିଭିନ୍ନ ଜୁଏଲାରୀ ଦୋକାନରେ ସୁନା କିଣିବା ପାଇଁ ଗ୍ରାହକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ସୁନା ଦର କମିଥିବା ବେଳେ ଆଗକୁ ଆସୁଥିବା ଉତ୍ସବକୁ ନେଇ ରାଜଧାନୀବାସୀ ସୁନା କିଣିବା ପାଇଁ ଦୋକାନରେ ଭିଡ ଲଗାଇଛନ୍ତି । ସୁନା ଦର ହ୍ରାସକୁ ନେଇ ରାଜଧାନୀର ବିଭିନ୍ନ ସୁନା ଦୋକାନରେ ବି ଭିଡ ଲାଗିଛି । ବିଶେଷ କରି ସୁନାର କମିଥିବା ଦାମକୁ ନେଇ ଲୋକେ ବେଶ ପ୍ରଭାବିତ ହୋଇ ଆବଶ୍ୟକ ମୁତାବକ ସୁନା କିଣୁଥିବା ଦେଖିବାକୁ ମିଳିଛି ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୮ହଜାର ୭୩୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୩ ହଜାର ୩୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୩,୦୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୮,୭୩୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୩,୦୦୦ ଟଙ୍କା ଓ ୬୮,୭୩ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୩,୧୫୦ ଟଙ୍କା ଓ ୬୮,୮୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୪,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୯,୯୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୩ ୦୦୦ ଟଙ୍କା ଓ ୬୮,୭୩୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୪,୫୦୦ ଟଙ୍କା ହୋଇଛି।

You might also like