ବଡ଼ ଆଶ୍ବସ୍ତି: ଭୁବନେଶ୍ୱରରେ କମିଲା ସୁନା ଦର; ଜଲଦି କିଣନ୍ତୁ ଅଳଙ୍କାର

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୪୯୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦, ୨୦୦ ଟଙ୍କା ଛୁଇଁଛି ।

ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୪୯୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୨୦୦ ଟଙ୍କା ଓ ୮୭,୪୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୩ ୫୦ ଟଙ୍କା ଓ ୮୭, ୬୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୪ ୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୦,୨୦୦ ଓ ୮୭,୪୯୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୮,୦ ୦୦ ଟଙ୍କା ହୋଇଛି ।

Also read: ୮୦ ହଜାର ଟଙ୍କା ମଧ୍ୟରେ ଭଲ ମାଇଲେଜ୍ ଦେଉଥିବା ସ୍କୁଟର, ୧ ଲିଟର ପେଟ୍ରୋଲରେ ଚଲାଇବେ କେତେ କିଲୋମିଟର?